ପ୍ରଫେସର ଶଶିକାନ୍ତ ଆଚାର୍ଯ୍ୟଙ୍କ ବିୟୋଗରେ ଶୋକସଭା
ବ୍ରହ୍ମପୁର,(ଅନିଲ କୁମାର): ମାନବବାଦୀ ହେତୁବାଦୀ ସଂଗଠନ , ଗଂଜାମ ଜିଲ୍ଲା, ଶାଖା ପକ୍ଷରୁ ବିଶିଷ୍ଟ ହେତୁବାଦୀ, ମାନବବାଦୀ ,ବୈଜ୍ଞାନିକ,ସମାଜ ସଂସ୍କାରକ ଓ ଲେଖକ ପ୍ରଫେସର ଶଶୀକାନ୍ତ ଆଚାର୍ଯ୍ୟଙ୍କ ବିୟୋଗରେ ୩.୩.୨୫ ତାରିଖରେ ସଂକଳ୍ପ ବିଦ୍ୟାଳୟ ବ୍ରହ୍ମପୁରଠାରେ ଶୋକ ସଭା ପାଳିତ ହୋଇଯାଇଛି। ସେ ତା ୨୮.୦୬.୧୯୪୦ ରେ ଜନ୍ମ ଗ୍ରହଣ କରିଥିଲେ । ତକାଲି ରାତି ୧୦.୩୦ ମିନିଟରେ ମୃତ୍ୟୁ ବରଣ କରିଛନ୍ତି। ତାଙ୍କର ସ୍ମୃତିରେ ଏକ ମିନିଟ ଉପସ୍ଥିତ ଥିବା ସମସ୍ତ ସଭ୍ୟ ତାଙ୍କୁ ସମ୍ମାନ ଜଣାଇଥିଇ ସମ୍ମାନ ଜଣାଇଥିଲେ। ତାଙ୍କଦ୍ୱାରା “ବୈଜ୍ଞାନିକ ମନୋଭାବ” ମାସିକ ପତ୍ରିକା ପ୍ରକାଶ କରିବ ସଂଗେ ସଂଗେ ବଵିଜ୍ଞାନ ଓ ଧର୍ମ , ମାର୍ଗଦର୍ଶକ ୧ ଓ୨, ଆମେରେ ବୈଜ୍ଞାନିକ କବିତା, ବାସ୍ତବ ଚିନ୍ତା ଉପରେ ବର୍ଣ୍ଣବୋଧ ପରି ବହୁ ବୈଜ୍ଞାନିକ ଚିନ୍ତନ ଉପରେ ବହି ଲେଖି ଓଡିଶାକୁ ହେତୁବାଦ ଦିଗରେ ଆଗେଇ ନେଇଥିଲେ। ଏପରିକି ସେ ଜର୍ମାନୀର ବେର୍ଲିନରେ ଶିକ୍ଷା ପ୍ରସାର ସମିତି ଗଠନ କରିଥିଲେ। ତାଙ୍କଦ୍ୱାରା ରାଉରକେଲାରେ ‘ମାନବ ସେବା ପ୍ରତିଷ୍ଠାନ’ ପରି ଓଡ଼ିଶାରେ ପାଞ୍ଚଗୋଟି ଅନାଥ ଶିଶୁମାନଙ୍କୁ ରଖି ତାଙ୍କର ସମସ୍ତ ଦାୟିତ୍ୱ ନେଉଥିଲେ।
ଏହି ଶୋକ ସଭାରେ ସଂଗଠନର ସଭାପତି ଇ.ଟି.ରାଓ, ସମ୍ପଦକ ଭଲଚନ୍ଦ୍ର ଷଡଙ୍ଗୀ, ଡ.ବିଧୁପ୍ରଭା ରଥ, ଗାୟତ୍ରୀ ପାଣିଗ୍ରାହୀ, ସୁନେଜ କୁମାର ପାଣିଗ୍ରାହୀ, ଶ୍ୟାମ ସୁନ୍ଦର ଖଡଙ୍ଗା, କିଶୋର ଚନ୍ଦ୍ର ମିଶ୍ର, ଡି.ମୋହନ ରାଓ, ମହେଶ ରାଓ, ପ୍ରଶାନ୍ତ ମହାରଣା,ସୁଭମ ପାଢ଼ୀ, କେ.ବାସବା ରାଓ, ବିଜୟ କୁମାର ମଲ୍ଲିକ ଉପସ୍ଥିତ ରହି ସ୍ମୃତିଚାରଣ କରିଥିଲେ।