ବଛାଳୋ ସିଦ୍ଧେଶ୍ୱରଙ୍କ ନୂତନ ମନ୍ଦିରର ରତ୍ନମୂଦ ଉତ୍ସବ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ବଛାଳୋ ଗ୍ରାମର ସିଦ୍ଧେଶ୍ୱରଙ୍କ ନୂତନ ମନ୍ଦିରର ରତ୍ନମୂଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାତଃ କାଳରୁ ସୂର୍ଯ୍ୟ ପୂଜା, ଘୃତ ଯଜ୍ଞ, ଦାରୁଖୋଜା କାର୍ଯ୍ୟ ସମ୍ପନ୍ନ କରାଯାଇ ଅପରାହ୍ନ ୩ ଟା ସମୟରେ ରତ୍ନମୂଦ କାର୍ଯ୍ୟ ମୁଖ୍ୟ ବିଶ୍ୱକର୍ମା, ସହ ବିଶ୍ୱର୍କମା, ପଣ୍ଡିତ ମାନଙ୍କ ଉପସ୍ଥିତିରେ କରାଯାଇଥିଲା । ଏହି ଉତ୍ସବରେ ନାଉଗାଁ,ଶିଖର,ସାରେଇକୂଳ,ବିଲିପଡା,ପୋକାମୂଳ,ଗୁଣ୍ଡର, ନାରସିମା, ରୋହିଆ, ଅଲଣା-୨, ବ୍ରାହ୍ମଣୀଗାଁ ଆଦି ନିକଟସ୍ଥ ଗ୍ରାମରୁ ପାଖାପାଖି ପାଂଚ ହାଜରରୁ ଉର୍ଦ୍ଧ୍ୱ ଭକ୍ତମାନେ ଯୋଗ ଦେଇ ବିଭୁକୃପା ଲାଭ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଗ୍ରାମର ଗ୍ରାମବାସୀ,ବୁଦ୍ଧିଜିବୀ,ଯୁବକମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ