ଭଟଲି ରେ ଆଇନ ସଚେତନତା ଶିବିର

ବରଗଡ଼ /ଭଟଲି, (ଯୁଗାବ୍ଦ ନ୍ୟୁଜ):ମଙ୍ଗଳବାର ଦିନ ଭଟଲି ଗ୍ରାମପଞ୍ଚାୟତ ର ସଭା ଗୃହ ଠାରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରା ଓ ଉପଧାରା ସମ୍ପର୍କରେ ଜନସାଧାରଣ ଙ୍କୁ ଅବଗତ କରିବାକୁ ବରିଷ୍ଟ ନାଗରିକ ସଂଘ୍ ଭଟଲି ବ୍ଲକ ସହଯୋଗ ରେ ଭଟଲି ପୋଲିସ ପକ୍ଷ ରୁ ଏକ ଆଇନ ସଚେତନତା ଶିବିର ଆୟୋଜନ କରା ଯାଇଥିଲା । ଏହି ଶିବିର ରେ ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥି ଭାବରେ ଭଟଲି ଥାନା ର ପ୍ରଭାରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଦଳେଇ ଓ ସବ୍ ଇନ୍ସପେକ୍ଟର ଚୁମକିପ୍ରଭା ନାଥ ଯୋଗଦେଇ ଭାରତୀୟ ନ୍ୟାୟ ସଂହିତା ର ବିଭିନ୍ନ ଧାରା ଓ ଉପଧାରା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିଲେ । ଏହି ଶିବିର ରେ ଅନ୍ୟତମ ଅତିଥି ଭାବରେ ବରିଷ୍ଠ ନାଗରିକ ସଂଘ ଭଟଲି ବ୍ଲକ ସଭାପତି ଶ୍ରୀ ଜଗଦୀଶ ସାହୁ ଯୋଗଦେଇ ଉଦ୍ଦେଶ୍ୟ ଜ୍ଞାପନ ଓ ସ୍ଵାଗତ ଭାଷଣ ଦେଇଥଲେ !ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଭଟଲି ବରିଷ୍ଟ ନାଗରିକ ମଞ୍ଚ ବ୍ଲକ ସମ୍ପାଦକ ଶ୍ରୀ ମୋତିଲାଲ ବନଛୋର, ପୂର୍ବତନ ସମ୍ପାଦକ ଶ୍ରୀ ଜଗଦୀଶ ସାହୁ,ପୂର୍ବତନ ସଭାପତି ଶ୍ରୀ ବାଙ୍କା ବିହାରୀ ମିଶ୍ର , ସନ୍ତୋଷ ବନଛୋର ,ସ୍ଵଂସହାୟକ୍ ଗ୍ରୁପ ସଦସ୍ୟା ସଞ୍ଜୁ ମିଶ୍ର ,ଆଶାକର୍ମୀ କନକ ରଣାଙ୍କ ସମେତ ମହିଳା ଓ ପୁରୁଷ ମିଶି ୭୦ ଜଣ ସିବିରାର୍ଥି ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ