ସମ୍ବଲପୁରୀ ଭାଷା ମାନ୍ୟତା ଦାବିରେ ଆମରଣ ଅନଶନ
ବରଗଡ,(ତୁଳସୀ ଚରଣ ଦାଶ):ବରଗଡ଼ ଗାନ୍ଧୀ ଛକ ରେ ସମ୍ବଲପୁରୀ ଭାଷା କୁ ସମ୍ବିଧାନ ର ଅଷ୍ଟମ ସୂଚୀରେ ସାମିଲ ଦାବିରେ ଆମରଣ ଅନଶନରେ ବସିଥିବା ସଂଗ୍ରାମୀ ସୁଶାନ୍ତ ମିଶ୍ର ଙ୍କୁ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ସମର୍ଥନ ଜଣାଇଛନ୍ତି।ଚଳିତ ଅଗଷ୍ଟ ୧ ତାରିଖ ସମ୍ବଲପୁରୀ ଦିନ ଠାରୁ ଅନଶନ ରେ ବସିଥିବା ସଂଗ୍ରାମୀ ସୁଶାନ୍ତ ମିଶ୍ର ଙ୍କ ଦାବିକୁ ଯୁକ୍ତି ଯୁକ୍ତ ବୋଲି ଉଲ୍ଲେଖ କରି ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ଏହି ଦାବି କୁ ସରକାର ମାନି ନିଅନ୍ତୁ ବୋଲି ଉଲ୍ଲେଖ କରିବା ସହ ପଶ୍ଚିମ ଓଡ଼ିଶା ପ୍ରତି ରାଜ୍ୟ ସରକାର ବାରମ୍ବାର ଉପେକ୍ଷା କରି ଆସୁଛନ୍ତି ବୋଲି କହିଥିଲେ ।ବିଗତ ସରକାର ସମୟ ରେ ଗଠିତ ହୋଇଥିବା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କୁ ରାଜ୍ୟ ବିଜେପି ସରକାର ସ୍ଥାଣୁ କରି ଦେଇ ଥିବା ବେଳେ ୨ହଜାର କୋଟି ରୁ ଉର୍ଦ୍ଧ୍ବ ଟଙ୍କା ପଡ଼ିରହିଛି ।ତେବେ ମାତ୍ର କାଁ ଭାଁ ପ୍ରକଳ୍ପ ମଞ୍ଜୁରୀ ପ୍ରଦାନ କରି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ର ବିକାଶ ପ୍ରକ୍ରିୟା କୁ ଠପ୍ କରି ଦେଇ ଦକ୍ଷିଣ ଓଡ଼ିଶା ଉତ୍ତର ଓଡ଼ିଶା ପରିଷଦ ଗଠନ ଯୋଜନା ହାସ୍ୟାସ୍ପଦ ବୋଲି ଉଲ୍ଲେଖ କରିଥିଲେ।ଏହି ଅବସର ରେ ବିଜେଡି ଜିଲ୍ଲା ସଭାପତି ସୁଶାନ୍ତ ମହାପାତ୍ର,ପୌରାଧ୍ୟକ୍ଷା କଳ୍ପନା ମାଝି,ଉପାଧ୍ୟକ୍ଷ ରାଜେଶ ଅଗ୍ରୱାଲ ,ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ କୁମାର ନାଏକ, କିଶୋର ମିଶ୍ର, କାଉନସିଲର ରେବତୀ ନାଏକ ଉମା ଚରଣ ରାଉତଙ୍କ ସମେତ ଅବିନାଶ ମଲ୍ଲିକ,ଏମ ଡି ଜମୀର,ସମୀର ବାରିକ ପ୍ରମୁଖ ଅନଶନ ସ୍ଥଳ ରେ ପହଞ୍ଚି ନୈତିକ ସମର୍ଥନ ଜଣାଇଥିଲେ।


