ବାଇକ ଧକ୍କାରେ ଆହାତ ବୃଦ୍ଧଙ୍କ ମୃତ୍ୟୁ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଗୁରୁବାର ବିଳମ୍ବିତ ସନ୍ଧ୍ଯାରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ଅନଙ୍ଗପୁର ନିକଟରେ ଏକ ବାଇକ ଧକ୍କାରେ ସୀମା ସେଠୀ(୬୫) ନାମକ ଜଣେ ବୃଦ୍ଧ ଗୁରୁତର ଆହାତ ହୋଇଥିଲେ।ଚିକିତ୍ସାଧୀନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ତାଙ୍କ  ମୃତ୍ୟୁ ଘଟିଥିବା ଜଣାପଡ଼ିଛି।ଅନ୍ୟ ପକ୍ଷରେ ବାଇକ ଚାଳକ ଜଣକ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ପୁଲିସ କହିଛି। ଗୁରୁବାର ରାତି ପ୍ରାୟ ସାଢେ ୮ ଟା ରେ ବୃଦ୍ଧ ଜଣକ ରାସ୍ତା ପାର ହେଉଥିବା ସମୟରେ ଗୋକର୍ଣ୍ଣପୁର ଗ୍ରାମରୁ ଦିଗପହଣ୍ଡି ଅଭିମୁଖେ ଦୃତ ଗତିରେ ଆସୁଥିବା ଏକ ହୋଣ୍ଡା ୟୁନିକର୍ଣ୍ଣ ବାଇକ ନଂ .( ଓଡି୦୭ ଏଆର ୨୫୮୧) ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ତାଙ୍କ ଦୁଇଟି ଯାକ ଗୋଡ ଏବଂ ମୁଣ୍ଡରେ ଗଭୀର କ୍ଷତ ହୋଇଥିଲା। ତାଙ୍କୁ ସଜ୍ଞାହୀନ ଅବସ୍ଥାରେ  ଦିଗପହଣ୍ଡି ଅଗ୍ନିଶମ ବାହିନୀ  ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରିଥିଲେ ।  ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିବା ନେଇ ଉପସ୍ଥିତ ଡାକ୍ତର ପରିବାର ଲୋକଙ୍କୁ ଜଣାଇଥିଲେ । ଶୁକ୍ରବାର ସକାଳୁ ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ମୃତକଙ୍କ ପୁଅ କଂସ ସେଠୀ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ  ଥାନା କେସ୍ ନଂ. ୯୨/୨୫ ପ୍ରକାରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।  ବାଇକ୍ ଚାଳକ ଚିକିତ୍ସାଧୀନ ରହିଥିବା ହେତୁ ତାଙ୍କୁ ଗିରଫ କରାଯାଇନଥିବା ବେଳେ ସେ ସୁସ୍ଥ ହେବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ