ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ନେଇ ଗଣଧାରଣା ପରେ ବିଭାଗୀୟ ସଚିବ ଓ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ନେଇ ପୂର୍ବ ଘୋଷଣା ମୁତାବକ ଗତ ୫ ତାରିଖ ଦିନ ସୂଚନା ଭବନ ସମ୍ମୁଖରେ ଆଇଓୟୁଡବ୍ଲୁଜେ ସହବନ୍ଧିତ ଓୟୁଡବ୍ଲୁଜେ ପକ୍ଷରୁ ଗଣଧାରଣା ଦିଆଯାଇଥିଲା l ସେହିଦିନ ଗଣଧାରଣା ଦେବାପରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ଧାରଣାକୁ ସ୍ଥଗିତ ରଖାଯାଇଥିଲା l ଶୁକ୍ରବାର ଦିନ ସବିଶେଷ ଆଲୋଚନା ପାଇଁ ଦିନ ଧର୍ଯ୍ୟ କରାଯାଇଥିଲା l ସେହି ଅନୁସାରେ ରାଜ୍ୟ ସଚିବାଳୟ ଠାରେ ବିଭାଗୀୟ ସଚିବ ଓ ମୁଖ୍ୟ ଶାସନ ସଚିବଙ୍କ ସହ ବିସ୍ତୃତ ଆଲୋଚନା କରାଯାଇଥିଲା l ସଂଘର ସର୍ବ ଭାରତୀୟ ସଭାପତି ଡ଼ ପୀତବାସ ମିଶ୍ର ଓ ରାଜ୍ୟ ସଭାପତି ଭାଗବତ ତ୍ରିପାଠୀ ଆଲୋଚନା କାଳରେ ସାମ୍ବାଦିକଙ୍କ ପେନସନ, ସାମ୍ବାଦିକ ଙ୍କ ସୁରକ୍ଷା, ଆକ୍ରିଡେସନ କମିଟି ପୁନଃଗଠନ, ସ୍ୱାସ୍ଥ୍ୟ ବୀମାକୁ ୫ ରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି ଓ ପିତା ମାତାଙ୍କୁ ସାମିଲ ନେଇ ଆଲୋଚନା କରିଥିଲେ l ଏହାପୂର୍ବରୁ ବିଜେପି କାର୍ଯ୍ୟାଳୟ ଠାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ମଧ୍ୟ ଆଲୋଚନା ହୋଇଥିଲା l ଏହି ଆଲୋଚନା ରେ ରାଜ୍ୟ ସରକାର ଖୁବଶୀଘ୍ର ସାମ୍ବାଦିକ ଙ୍କ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି l