କ୍ରିକେଟ ଟିମ୍ ପରିଚାଳକ ପ୍ରଫୁଲ୍ଲଙ୍କ ପରଲୋକ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳିକାଟୁର ଅଗ୍ରଣୀ ଇଗଲ କ୍ରିକେଟ ଟିମ ର ମ୍ୟାନେଜର ପ୍ରଫୁଲ୍ଲ କୁମାର ଜେନା (ମିଟୁ)ଙ୍କ ସୋମବାର ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ସମୟରେ ତାଙ୍କୁ ୪୭ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ୨୫ ବର୍ଷ ଧରି ଇଗଲ କ୍ରିକେଟ ଟିମ ସହ ଜଡିତ ହୋଇ ମ୍ୟାନେଜର ଭାବେ ଦାୟିତ୍ଵ ନିର୍ବାହ କରୁଥିଲେ। ଏହା ସହ ବିଜେଡ଼ିର ଜଣେ ସକ୍ରିୟ ସଦସ୍ୟ ଭାବେ ପରିଚିତ ହୋଇ ଦଳୀୟ କାର୍ଯ୍ୟକ୍ରମରେ ସଂଶ୍ଳିଷ୍ଟ ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ, ଦୁଇ ଝିଅ ଓ ଏକ ମାତ୍ର ପୁଅ ଉପସ୍ଥିତ ଥିଲେ। ତାଙ୍କ ବିୟୋଗ ଖବର ପାଇ ଆତ୍ମୀୟ ସ୍ୱଜନ ଓ ନିକଟ ସମ୍ପର୍କୀୟ ଗଭୀର ଶୋକ ପ୍ରକାଶ କରିଛନ୍ତି। ସ୍ବର୍ଗତ ପ୍ରଫୁଲ୍ଲଙ୍କ ନିଧନ ପରେ ଇଗଲ କ୍ରିକେଟ ଟିମ ସଭାପତି ସଞ୍ଜୟ କୁମାର ପଣ୍ଡା, ପ୍ରଶାନ୍ତ କୁମାର ପ୍ରଧାନ ଓ ଅନ୍ୟାନ୍ୟ ସଦସ୍ୟ ଜଣେ ନିଷ୍ଠାପର ସଦସ୍ୟଙ୍କୁ ହରାଇଲୁ ବୋଲି ଶୋକ ବ୍ୟକ୍ତ କରିଛନ୍ତି। ଗତ ୮ ମାସ ତଳେ ପ୍ରଫୁଲ୍ଲଙ୍କ ମା’ ଙ୍କ ଦେହାନ୍ତ ହୋଇଥିବା ବେଳେ ଆଜି ତାଙ୍କ ଅକାଳ ବିୟୋଗ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ