ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି (ପଶ୍ଚିମ ) ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା ):ରାଜ୍ୟରେ ମିଥ୍ୟା ପ୍ରତିଶ୍ରୁତି ଦେଇ ଡବଲ ଇଞ୍ଜିନ ସରକାର କ୍ଷମତାକୁ ଆସିବା ପରେ ରାଜ୍ୟରେ ମହିଳା ମାନଙ୍କ ଉପରେ ଅତ୍ୟାଚାର ବଢିବାରେ ଲାଗିଛି। ଏଥିସହ ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଅହେତୁକ ଦରଦାମ ବୃଦ୍ଧି ପାଇଛି। ତେଣୁ ଏହାର ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟିର ଆହ୍ବାନ କ୍ରମେ ଏହି ଆନ୍ଦୋଳନକୁ ତୃଣମୂଳ ସ୍ତରରେ ବିରୋଧ କରିବା ପାଇଁ ଗଞ୍ଜାମ ଜିଲ୍ଲା (ପଶ୍ଚିମ )କଂଗ୍ରେସ କମିଟି ତରଫରୁ ରାଜ୍ୟ ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ଭଞ୍ଜନଗର ଉପଜିଲ୍ଲାପାଳ କାର୍ଯାଳୟ ଠାରେ ପ୍ରତିବାଦ ସଭା କରିବା ସହ ଉପଜିଲ୍ଲାପାଳ ଙ୍କୁ ଏକ ସ୍ମାରକ ପତ୍ର ଦେଇଥିଲେ।ମହିଳା ମାନଙ୍କୁ ସୁରକ୍ଷା ଏବଂ ଦରଦାମ ଅହେତୁକ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ଏଭଳି ପ୍ରତିବାଦ ସହ ଘେରାଉ କରାଯିବା କାର୍ଯ୍ୟକ୍ରମ ରେ ଆସିକା ,ସୋରଡା ଓ ଭଞ୍ଜନଗର ଅଞ୍ଚଳର ବହୁ ତୁଙ୍ଗ କଂଗ୍ରେସ ନେତା ସହ ଜିଲ୍ଲା ସଭାପତି ରବୀନ୍ଦ୍ର ନାଥ ଶର୍ମା, ତଥା ପ୍ରତ୍ୟେକ ବ୍ଲକ ସଭାପତି ମାନେ ଯୋଗ ଦେଇଥିଲେ। ଗଞ୍ଜାମ ଜିଲା କଂଗ୍ରେସ କମିଟି(ପଶ୍ଚିମ) ସଭାପତି ରବିନ୍ଦ୍ର ନାଥ ଶର୍ମାଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ହୋଇଥିଲା। ଏହି ସମୟରେ ଗଞ୍ଜାମ ଜିଲା କଂଗ୍ରେସ କମିଟି( ପଶ୍ଚିମ)ର ବିଭିନ୍ନ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଏବଂ ଶତାଧିକ କର୍ମୀ ଉପସ୍ଥିତ ଥିଲେ। ଭଞ୍ଜନଗର କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବିଷୋୟୀ, ଆସିକା ଲୋକସଭା ପ୍ରାର୍ଥୀ ଦେବକାନ୍ତ ଶର୍ମା, ଆସିକା ବିଧାୟକ ପ୍ରାର୍ଥୀନୀ ସୁରଭି ବିଷୋୟୀ, କବିସୂର୍ଯ୍ୟନଗର ବିଧାୟକ ପ୍ରାର୍ଥୀ ସଞ୍ଜୟ ମଣ୍ଡଳ, ପୋଲସରା ବିଧାୟକ ପ୍ରାର୍ଥୀ ଅଗସ୍ତି ବରାଡ, ଖଲ୍ଲିକୋଟ ବିଧାୟକ ପ୍ରାର୍ଥୀ ଚିତ୍ରସେନ୍ ବେହେରା, ସୋରଡା ବିଧାୟକ ପ୍ରାର୍ଥୀ ହରେ କୃଷ୍ଣ ରଥ, ହିଞ୍ଜିଳିକାଟୁ ବିଧାୟକ ପ୍ରାର୍ଥୀ ରଜନୀ କାନ୍ତ ପାଢ଼ୀ , ପ୍ରଦେଶ କଂଗ୍ରେସ କମିଟି ମହିଳା ଶାଖାର ପୂର୍ବତନ ସମ୍ପାଦିକା ସୁଦିପ୍ତା ଦାସ , ସନ୍ତୋଷ ଦିଗାଲ ପ୍ରମୁଖ ଉପସ୍ଥିତ ଥିଲେ। ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ କଂଗ୍ରେସ ନେତା ବିଜୟ ପ୍ରଧାନ ଥିଲେ |ଏହା ସହ ଘୁମୁସର ଅଞ୍ଚଳର ପୁରୁଖା କଂଗ୍ରେସ ନେତା ସନ୍ତୋଷ ପଟ୍ଟନାୟକ ଯୋଗ ଦେଇଥିଲେ।ଆଜିର ଏହି ବିରୋଧସଭା ରେ ବହୁ ମହିଳା, ଯୁବକ ମାନେ ଯୋଗ ଦେଇ ସରକାର ଙ୍କ ବିରୋଧ ରେ ନାରା ବାଜି କରିବା ସହ ଭଞ୍ଜନଗର ସହର ପରିକ୍ରମା କରିଥିଲେ।ଆଜିର କଂଗ୍ରେସ ର ରାଲି ଦେଖିଲା ପରେ ସତେ ଯେପରି ପୁଣି ଥରେ କଂଗ୍ରେସ ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ନିଜର ପତିଆରା ବିସ୍ତାର କରିବ।ସୂଚନାଯୋଗ୍ୟ ଯେ ୨୦୨୪ ସାଧାରଣ ନିର୍ବାଚନ ପରେ କଂଗ୍ରେସ ବର୍ତ୍ତମାନ ପୁଣି ନିଜ ରୂପକୁ ଫେରିଛି ଓ ଆଗାମୀ ପଂଚାୟତ ନିର୍ବାଚନ ସମୟ ପୂର୍ବରୁ ନିଜର ପତିଆରା ବିସ୍ତାର କରିବ ବୋଲି ବହୁ ତୁଙ୍ଗ କଂଗ୍ରେସ ନେତା ମାନେ ମତ ବ୍ୟକ୍ତ କରିଛନ୍ତି।ସେପଟେ ଆଜିର ଏହି କଂଗ୍ରେସ ରାଲି ସହ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ର ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ