ଜମନକିରାରେ ଯୁଗ୍ମ ଅଭିଯୋଗ ଶୁଣାଣି
କୁଚିଣ୍ଡା,(ରିଙ୍କୁ କୁସୁମ):ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସମ୍ମିଳନୀ କକ୍ଷରେ ସମ୍ବଲପୁର ଜିଲ୍ଲାପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ଶିବିରରେ ବ୍ୟକ୍ତିଗତ ଅଭିଯୋଗ ଭାବେ ୨୯ ଗୋଟି ଓ ଗୋଷ୍ଠିଗତ ଅଭିଯୋଗ ୧୯ ଗୋଟି ସର୍ବମୋଟ ୪୮ ଟି ଅଭିଯୋଗ ପଞ୍ଜିକରଣ ହୋଇଥିଲା l ଅଭିଯୋଗରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ସମ୍ବଲପୁର ଏସ ପି ମୁକେଶ ଭାମୁ, ଜମନକିରା ତହସିଲଦାର ପ୍ରବୀଣା ବିଲୁଙ୍ଗ, ଜମନକିରା ବିଡ଼ିଓ ରବୀନ୍ଦ୍ର ସେଠି ସମେତ ସମସ୍ତ ବିଭଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ l ଜିଲ୍ଲାପାଳ ଅଭିଯୋଗ ଶୁଣାଣିରେ ଜଣଙ୍କୁ ଟ୍ରାଇସାଇକେଲ ପ୍ରଦାନ କରିଥିବାବେଳେ, ତିନୋଟି ଅଭିଯୋଗ ର ତୁରନ୍ତ ସମାଧାନ କରିଥିଲେ।ଏହି ଅଭିଯୋଗରେ ଲୋକଙ୍କ ଅଭିଯୋଗ ଜିଲ୍ଲାପାଳ ସିଧା ସଳଖ ଶୁଣି ଆଗାମୀ ଅଭିଯୋଗ ଶୁଣାଣି ବେଳେକୁ ସମସ୍ତ ଅଭିଯୋଗ ସମାଧାନ ପାଇଁ ବିଭାଗୀୟ କତୃପକ୍ଷ ଙ୍କୁ ଆଦେଶ ଦେଇଥିଲେ।


