୬୧ ଗ୍ରାମ ଧଳାଜହର ସହ ଜଣେ ଗିରଫ

ନିମାପଡ଼ା,(ସନ୍ତୋଷ କୁମାର ଦାଶ): ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ନିମାପଡ଼ା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ ନିମାପଡା ଥାନା ଅଧୀନ ରେଞ୍ଚ ବସଷ୍ଟାଣ୍ଡ ଠାରେ ଚଢ଼ାଉ କରି ବସନ୍ତ ଜେନା (୪୫ )ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ତାଙ୍କ ନିକଟରୁ ୬୧ ଗ୍ରାମ ଧଳାଜହର ଜବତ କରାଯାଇଥିଲା । ଏ ସଂକ୍ରାନ୍ତ ରେ ନିମାପଡା ଅବକାରୀ ଥାନା ରେ ଏକ ମାମଲା କେସ ନଂ ୧୯ ୯/୨୪-୨୫ ରୁଜ୍ଜୁ କରାଯାଇ ଅଭିଯୁକ୍ତ ଙ୍କୁ ନିମାପଡ଼ା କୋର୍ଟ କୁ ଚାଲାଣ କରାଯାଇଥିଲା। ତାଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ନିମାପଡା ଉପ କାରାଗାର କୁ ପଠାଇ ଦିଆଯାଇଛି। ଜବତ ଧଳାଜହର ର ମୂଲ୍ୟ ପ୍ରାୟ ୬ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଆକଳନ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ଏ ଏସ ଆଇ ସନ୍ତୋଷ କୁମାର ମହାରଣା ଙ୍କ ସହିତ ତପନ କୁମାର ପ୍ରଧାନ, ସ୍ୱାଗତିକା ଘଡେଇ, ଗଙ୍ଗାଧର କାଣ୍ଡି ପ୍ରମୁଖ ଅବକାରୀ ବିଭାଗ କର୍ମଚାରୀ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ