ସୋସୋରେ ସାଧନ କେନ୍ଦ୍ର ସ୍ତରୀୟ ନିପୁଣ ଓଡ଼ିଶା ମେଳା

ହାଟଡିହି, (ବିକାଶ ବିଶ୍ୱାଳ):ସୋସୋ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ନିପୁଣ ଓଡ଼ିଶା ମେଳା ସୋସୋ ସରକାରୀ ଉପ୍ରା ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ସୋସୋ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ କୁମାର ନାହାକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଭୋଗରାଇ ବ୍ଲକର ପ୍ରାକ୍ତନ ବିଇଓ କମଳ ଲୋଚନ ବିଶ୍ୱାଳ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ମୋହନ କୁମାର ମହାନ୍ତି, ସମ୍ମାନୀତ ଅତିଥି ଭାବେ ପ୍ରାକ୍ତନ ଏବିଇଓ ରବିନ୍ଦ୍ର କୁମାର ସାହୁ ପ୍ରାକ୍ତନ ପ୍ରଧାନ ଶିକ୍ଷକ ହରମୋହନ ପଣ୍ଡା, ସି ଆର ସି ସି ବୁଦ୍ଧଦେବ ରାଉତ, ପ୍ରଧାନ ଶିକ୍ଷୟତ୍ରୀ ସ୍ନେହଲତା ରାଉତ ପ୍ରମୁଖ ଯୋଗଦେଇ ଏହି ମେଳାର ଆଭିମୁଖ୍ୟ ଉପରେ ବକ୍ତବ୍ୟ ରଖିଥିଲେ। ଶିକ୍ଷକ ସୁଜିତ୍ କୁମାର ମହାନ୍ତି, ମଞ୍ଚ ସଂଯୋଜନା କରିଥିବା ବେଳେ ଶିକ୍ଷକ ପବିତ୍ର କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ୮ଜଣ ଏଫ୍ ଏଲ ଏନ ଶିକ୍ଷକ ଶିକ୍ଷୟତ୍ରୀ, ୮୦ଜଣ ଛାତ୍ରଛାତ୍ରୀ ୮୦ଜଣ ଅଭିଭାବକ ମେଳାରେ ଭାଗନେଇ ସେମାନଙ୍କ ଦ୍ଵାରା ପ୍ରସ୍ତୁତ ଶିକ୍ଷଣ ସାମଗ୍ରୀର ପ୍ରଦର୍ଶନ କରିଥିଲେ। ପିଲାମାନଙ୍କ ଦ୍ୱାରା ନିର୍ମିତ ଶିକ୍ଷଣ ସାମଗ୍ରୀ ଶିକ୍ଷଣୀୟ ଓ ବ୍ୟବହାର ଉପଯୋଗୀ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଶିକ୍ଷକ ସନାତନ ରାଉତ, ଗୟାଧର ମିଶ୍ର, ଶିକ୍ଷୟିତ୍ରୀ ବିନୀତା ଜେନା, ରଶ୍ମିରେଖା ରାଉତ, ସୁରେନ୍ଦ୍ର ଜେନା ଓ ସୋସୋ ଉ ପ୍ରା ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ