ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ଦାରିଙ୍ଗିବାଡିକୁ ପରାସ୍ତ କରି ବାରଖମା ଚମ୍ପିୟାନ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ଷ୍ଟାର କ୍ଳବ ଆନୁକୂଲ୍ୟରେ ପୈରାଞ୍ଚଳ ଆରଏମସି ଗୋଦାମ ଉପଖଣ୍ଡ ଚିକିତ୍ସାଳୟ ନିକଟ ପଡିଆଠାରେ ଚାଲିଥିବା ଜିଲ୍ଲା ସ୍ତରୀୟ ଦିବାରାତ୍ର ଜୟବଜରଙ୍ଗବାଲି ଭଲିବଲ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଉଦଯାପିତ ହୋଇଯାଇଛି। ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ଜିଲ୍ଲାର ୮ଟି ଦଳ ଅଂଶଗ୍ରହଣ କରିଥିଲେ । ଉଦଯାପନୀ ଉତ୍ସବ ଶୁକ୍ରବାର ଫାଇନାଲ ମ୍ୟାଚ ବାରଖମା ଓ ଦାରିଙ୍ଗବାଡି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଦୁଇ ଦଳ ମଧ୍ୟରେ ୫ଟି ଖେଳ ସଂଘର୍ଷପୂର୍ଣ୍ଣ ଲଢାଇ ପରେ ୩-୨ ସେଟରେ ଦାରିଙ୍ଗବାଡି କୁ ପରାସ୍ତ କରି ବାରଖମା ଚାମ୍ପିୟନ ଓ ଦାରିଙ୍ଗବାଡି ରନର୍ସ ଆଖ୍ୟା ଅର୍ଜନ କରିଥିଲେ । ଚମ୍ପିୟାନ ଦଳକୁ ୨୨ ହଜାର ୫ଶହ ଟଙ୍କା ସହ ଟ୍ରଫି ରନର୍ରସପ୍ ଦଳକୁ ୧୭ ହଜାର ୫୦୦ ଟଙ୍କା ଅର୍ଥରାଶିସହ ଟ୍ରଫି ପୁରସ୍କାର ଆକାରରେ ପ୍ରଦାନ କରାଯାଇଥିଲା। ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠୀ ଓ ସମ୍ମାନିତ ଅତିଥି ଭାବେ ବିଦ୍ୟୁତ୍ ବିଭାଗୀୟ ସହକାରୀ ଯନ୍ତ୍ରୀ ସମ୍ବିତ ସାମଲ ଯୋଗ ଦେଇ ଚମ୍ପିୟାନ ଓ ରନର୍ସ ଦଳକୁ ଟ୍ରଫି ସହ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ରେଫରୀ ଭାବେ ରାମକୃଷ୍ଣ ଭଞ୍ଜ ଓ ସୀମା ପାଳ ଯୋଗ ଦେଇଥିଲେ। ମିଥୁନ ସିଅ,ଶ୍ରୀନୁ ବିଶ୍ୱାସରାୟ, ସନ୍ତୋଷ ବେହେରା, ପ୍ରଶାନ୍ତ କୁମାର ଡାକୁଆଙ୍କ ସହ ମୁଖ୍ୟ ପରିଚାଳକ ସୁବାସ ଚନ୍ଦ୍ର ଅଧିକାରୀ ଓ ଏଙ୍କର ଭାବେ ବଳରାମ ପୋଲାଇ ଦାୟିତ୍ୱ ତୁଲାଇଥିଲେ ।ଷ୍ଟାର କ୍ଳବ ଭଲିବଲ ଆସୋସିଏସନର ସଭାପତି ବସନ୍ତ କୁମାର ଉପାଧ୍ୟାୟ, ସମ୍ପାଦକ ସୁଶାନ୍ତ କୁମାର ସାବତ (ବାବୁଲା), ଟିକିରି ଗୈାଡ, ଶାନ୍ତନୁ ପୃଷ୍ଟି, କାଳୁ ସେଠୀ, ଅଜିତ ନାୟକ,ସୁଧିର ପାଢି,ବୁଲୁଡୁ ପାତ୍ରଙ୍କ ସମେତ କ୍ଳବର ସମସ୍ତ କର୍ମକର୍ତ୍ତା ଓ ସଭ୍ଯମାନେ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ ।