ପାନ୍ଧଡା ଗ୍ରାମ ପାରେଶ୍ଵର ମନ୍ଦିରରେ ଜଳ ସଙ୍କଟ
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର) : ମୟୁରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ ଅନ୍ତର୍ଗତ ଉମାଦେଇପୁର ଗ୍ରାମ ପଞ୍ଚାୟତ ଅଧିନରେ ଥିବା ପାନ୍ଧଡା ଗ୍ରାମ ରେ ଥିବା ବହୁ ପୁରାତନ ମନ୍ଦିର ରେ ପାନୀୟ ଜଳ ସହିତ ପୂଜା ପାଇଁ ଜଳ ର ଘର ସମସ୍ୟା ଦେଖିବାକୁ ମିଳିଛି । ରାଜ ରାଜୁଡା କାଳରୁ ପ୍ରଭୂ ଶୀବ ଓ ଦୂର୍ଗା ପୂଜା ପାଉଛନ୍ତି ଏହି ମନ୍ଦିର ରେ | ଏହାର ଉନ୍ନତି ପାଇଁ ଗ୍ରାମବାସୀ ମାନେ କିଛି କିଛି ଅର୍ଥ ଦେଇ ଉନ୍ନତି କରଣ କରିଛନ୍ତି। ପୂଜକ ର ଦରମା ପ୍ରଦାନ ମଧ୍ୟ କରୁଛନ୍ତି । ସବୁଠାରୁ ପରି ତାପର ବିଷୟ ହେଉଛି, ଯେତେ ଥର ଜିଲ୍ଲାପାଳ ତଥା ସଂସ୍କୃତି ବିଭାଗ କୁ ଅନୁରୋଧ କଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ସରକାରଙ୍କ ଅନୁଦାନ ମଧ୍ୟ୍ୟ ମିଳି ନାହିଁ। ସବୁବେଳେ ଓ ସବୁପରିସ୍ଥିତି ରେ ନିଜ ହାତରୁ ଅର୍ଥ ଦେଇ ଉନ୍ନତି କରଣ କରିବା ସମ୍ଭବ ହେଉନାହିଁ। ତା ଛଡା ମନ୍ଦିର ଭିତରେ ବହୁ ପୁରାତନ କାଳରୁ ଏକ କୁପ ରହିଛି କିନ୍ତୁ ଏହା ଗ୍ରୀଷ୍ମ ଋତୁରେ ପାଣି ଶୁଖି ଯାଇଥାଏ। ଯାହା ଫଳରେ ପ୍ରଭୂ ଙ୍କ ପୂଜାକରିବା ଏବଂ ଆସୁଥିବା ଭକ୍ତ ଙ୍କ ବହୁତ ଅସୁବିଧା ହେଉ ଛି | ଶୋଷ ହେଲେ ମଧ୍ୟ କୌଣସି ଉପାୟ ନ ଥାଏ। ତେଣୁ ଗ୍ରାମବାସୀ ମାନଙ୍କ ତରଫରୁ ଜଳ ବିଭାଗୀୟ ଯନ୍ତ୍ରୀ ତଥା ଉପରିସ୍ଥ ଅଧିକାରୀଙ୍କୁ ମାନଙ୍କୁ ଏହାର ସମାଧାନ ପାଇଁ ପଦକ୍ଷେପ ସ୍ୱରୂପ ଏକ ପାଣି ଟାଙ୍କି ଯାହାକି ସଲାର ଦ୍ଵାରା ପରିଚାଳିତ ହେବ, ତାହାହିଁ ବନ୍ଦବୋସ୍ତ କଲେ ସମସ୍ତ ଗ୍ରାମବାସୀ ଉପକୃତ ହୁଅନ୍ତେ , ସେଥିପାଇଁ ସରକାରଙ୍କ ଦୃଷ୍ଟି ପଡ଼ିବା ଦରକାର । ନହେଲେ ଆଗାମୀ ଦିନରେ ଏହାକୁ ନେଇ ବଡ଼ ଧରଣର ଜଣ ଆନ୍ଦୋଳନ ଉପୁଜି ପରେ ଜଦି ଆନ୍ଦୋଳନ ହୁଏ ସେଥିପାଇଁ ସରକାରୀ ବାବୁ ମାନେ ଦାଇ ରହିବେ ବଳି ଗ୍ରାମ ବାସୀମାନେ ଗଣ ପ୍ରତିନିଧି ମାନଙ୍କୁ ପ୍ରକାଶ କରିଛନ୍ତି |