ମା ମଙ୍ଗଳା ମହୋତ୍ସବ ଉଦଯାପିତ
ନିମାପଡ଼ା,(ସନ୍ତୋଷ କୁମାର ଦାଶ): ପୁରୀ ଜିଲ୍ଲା କାକଟପୁରର ହାଇସ୍କୁଲ ପଡିଆ ଠାରେ ଅନୁଷ୍ଠିତ ତିନିଦିନିଆ ମା ମଙ୍ଗଳା ମହୋତ୍ସବ ଉଦଯାପିତ ହୋଇଯାଇଛି। ଉଦଯାପନ ସଂଧ୍ୟା ରେ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ତୁଷାରକାନ୍ତି ବେହେରା, ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ ଯୋଗ ଦେଇଥିବାବେଳେ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଓ ତାଙ୍କ ଗ୍ରୁପ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ। ଶିକ୍ଷାବିତ ପ୍ରତାପ କୁମାର ରାଉତ ଓ ଶୋଭନା ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ତିନି ଦିନ ଧରି ଚାଲିଥିବା ମହୋତ୍ସବ କୁ ହଜାର ହଜାର ଲୋକ ଉପଭୋଗ କରିଥିଲେ। ଶେଷରେ ମା ମଙ୍ଗଳା ସମ୍ମାନ ରେ ରାମଚନ୍ଦ୍ର ଦିକ୍ଷୀତ, ସର୍ଦ୍ଦାର ଗତିକୃଷ୍ଣ ସ୍ୱାଇଁ ସମ୍ମାନରେ ଡ଼କ୍ଟର ଭରତ ପଣ୍ଡା ଓ ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସମ୍ମାନ ରେ ଗୋଟିପୁଅ ନୃତ୍ୟ ଗୁରୁ ଲିଙ୍ଗରାଜ ବାରିକଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।