ସେଣ୍ଡୱ୍ୱିଚ୍

ରମେଶ ବାବୁ ଅଫିସ୍ ଜିବାକୁ ବାହାରୁଥାନ୍ତି ଡ଼ାଇନିଂ ଟେବୁଲ ପାଖରେ ବସି ଜଳଖିଆ ପାଇଁ ଅପେକ୍ଷା କରୁଥିବା ଚିଣ୍ଟୁ ଜୋର ଜୋର କରି ଡାକ ଛାଡିଲା . . . . . ମାଁ . . ଜଳଖିଆ ନେଇକି ଆ . . . ଜିଲ୍ଦି ଖାଇଲେ ଆଜି ବାପା ଙ୍କ ସାଂଗରେ ସ୍କୁଲ କୁ ଜିବି . . . . ଯୋର ଯୋର କରି ଦୈଡ଼ି ଆସି ମାଳତୀ ଦେବୀ ସେଣ୍ଡୱିଚ୍ ଟା ଥୋଇ ଦେଇ ରାଗ ତମ ତମ ହୋଇ କହିଲେ . . . . ଏଇ ଖା । କିନ୍ତୁ ଚିଣ୍ଟୁ ର ଏକମାତ୍ର ଜିଦ୍ଦ ଜେଜେମା ବନାଇଥିବା ମଣ୍ଡପିଠା ଖାଇବ ଆଉ ଟିଫିନ୍ ରେ ଭରି ନେବ !
ମାଁ ପୁଅ ଙ୍କ ଜିଦ୍ଦା ଜିଦ୍ଦ ଭିତରେ ବିଚରା ରମେଶ ବାବୁ ଯେ ଅଖିଆ ତାହା କାହା ଆଖିକୁ ଦେଖାଯାଉ ନ ଥାଏ । ବେସ କିଛି ସମୟର ନୀରବତା ପରେ ଗୋଟିଏ ସିଲିଭର ଟିଫିନ୍ ବାଟି ଭିତରେ ୩ଟା ମଣ୍ଡା ପିଠା ଆଣି ସାମ୍ନାରେ ଥୋଇଲେ ସାବିତ୍ରୀ ଦେବୀ । ଏହା ଦେଖି ରମେଶ ବାବୁ କିଛି କହିପାରୁନଥିଲେ ମାଁ ର ମାଣବସା ପିଠା ର ଖାଇବାର ଲୋଭ ମନରେ ଥିଲେ ବି ସିଲିଭର ବାସନରେ ଅଫିସ୍ କୁ ନେବା ମନରେ ସଙ୍କୋଚ ସୃଷ୍ଟି କରୁଥିଲା । ତଥାପି ନୀରବ ରେ ବସିଥାନ୍ତି !
ଚିଣ୍ଟୁ ବୋଧୁ ହୁଏ ମାଁ ଙ୍କୁ ବୁଝାଇବାରେ ବିଫଳ ହେଲା , ସ୍କୁଲ ବସ ର ହର୍ଣ୍ଣ ଶୁଣି ଜେଜେମା ଦେଇଥିବା ବାପାଙ୍କ ଟିଫିନ୍ ବକ୍ସ ଧରି ଦୈଡ଼ି ବାହାରକୁ ଚାଲି ଗଲା । ଏହା ଦେଖି ମାଳତୀ ଦେବୀ ଙ୍କର ରାଗ ପ୍ରଞ୍ଚମ । ମାଳତୀ ଦେବୀ ସାବିତ୍ରୀ ଦେବୀ ଙ୍କ ଉପରେ ଆରମ୍ଭ କରିଦେଲେ . . . .
ଅରୁଆ ପିଠା ଖାଇଲେ ଗ୍ୟାଷ୍ଟିକ ହୁଏ । ତୁମ ପୁଅକୁ ପୁଣି ଡାଇବେଟିସ୍‌ ସବୁ ଜାଣି ଶୁଣି ଏ ସବୁ ନାଟକ କଣ ପାଇଁ ? ତୁମରି କଥାରେ ଦୁଇ ମାସ ହେଲା ନୀରାମିଷ ନା ଖାଉଛ ନାଁ ଖୁଆଇ ଦେଉଛ ! ତୁମେ କଣ ଚାହୁଁଛ ଆମକୁ ଶାନ୍ତିରେ ରଖାଇ ଦେବନି ବୋଲି ନା ତୁମେ ପଣ କରିଛ ସବୁବେଳେ ନିରାମିଷ ଖୁଆଇବ ! ଏତେ ଦିନ ସହରରେ ରହି ମଧ୍ୟ ଗାଁଉଲି ପୁରୁଣା କଥା ସ ତୁମ ପୁଅ ଙ୍କର ମନରୁ ଯାଉନି ପୁଣି ଏଇ ଛୋଟ ପିଲାର ପଛରେ ପଡିଛ ମଡ଼ର୍ଣ୍ଣ ସ୍କୁଲ ରେ ଏତେ ପଇସା ଦେଇ ପଢାଇବା ରେ ମତଲବ କଣ ରହିଛି । ଏ . .ଇ . ଦେଖ କହିଦେଉଛି ତୁମେ ତୁମ ମାଁ ଙ୍କ କଥା ବୁଝିବ ଜଦି ବୁଝ ନ ହେଲେ ମୁଁ ମୋ ପୁଅକୁ ନେଇ ଆମ ଘରକୁ ଯାଉଛି । ଏଇ ପିଲାଟା କୁ କହୁଛି ସେଣ୍ଡୱ୍ୱିଚ୍ ରେ ସବୁଜ ପରିବା ରହିଛି ସେଥିରେ ପୁଣି ଭିଟାମିନ ଆଇରନ , କ୍ୟାଲସିୟମ ପରି ରହିଛି ଏଇ ମଣ୍ଡା ପିଠା କୁ ଧରି ଦୈଡୁଛି ସିଏ ଆସୁ ଆଜି ତା’ର ଦିନକୁ ମୋର ଦିନେ ।
ସାବିତ୍ରୀ ଦେବୀ କ’ଣ ଛାଡିବା ଲୋକ ଠାକୁର ଘର ଭିତରୁ ଧୂପ ଦେଉ ଦେଉ କହିଲେ ଦେଖ ବୋହୂ ତୋର ସେଇ ବିଦେଶୀ ପଣ ବିଦେଶ ରେ ଦେଖାଇବୁ ଏଇଟା ଓଡ଼ିଆ । ଏଠି ରହି ମହାପ୍ରଭୁ ଶ୍ରୀଜଗନ୍ନାଥ ଆଉ ମାଁ ଲକ୍ଷ୍ମୀ ଠାକୁରାଣୀ ଙ୍କ ପୂଜା ଯିଏ ନ କରେ କି ତାଙ୍କ ନୀତି ନିୟମ ରେ ନ ରହିଛି ସିଏ ନିଜକୁ ଶିକ୍ଷିତ କହିବା ପାପ । ଆମ ଏଇ ଲକ୍ଷ୍ମୀ ପୁରାଣ ରେ ହଜାରେ ବର୍ଷ ପୂର୍ବରୁ ଘର ପରିବେଶ ସ୍ଵଚ୍ଛ କରିବା କଥା କୁହାଯାଇଛି , ଛୁଆଁ ଅଛୁଆଁ ଭେଦଭାବ ରୋକିବା କଥା କୁହା ଯାଇଛି । ଆଉ ତୁ ଯେଉଁ ଜୋର ଜୋର ରେ ତୋ ସ୍ୱାମୀ ଙ୍କ ଆଗରେ ନିଜର ଅଧିକାର ସାବ୍ୟସ୍ତ କରୁଛୁନା ଏ ସବୁ ଏଇ ଲକ୍ଷ୍ମୀ ପୁରାଣର ଅବଦାନ ଯାହା ବିଦେଶୀ ମାନେ ମାତ୍ର କିଛି ଶହ ବର୍ଷ ହେଲା ବୁଝିଛନ୍ତି । ପ୍ରଥମେ ନିଜକୁ ଚିହ୍ନ ନିଜର ପରିଚୟକୁ ଖୋଜ ଦେଖି ଶିକ୍ଷା କରିବା ମାଙ୍କଡ଼ ମାନେ ମଧ୍ୟ ଆପଣେଇଥାନ୍ତି । ଆମର ସଂସ୍କୃତି ଋତୁ ଅନୁସାରେ ଖାଦ୍ୟ ପାନୀୟ ବଦଳାଇଥାଏ । ଯାହା ଆମ ଶରୀରକୁ ସୁସ୍ଥ ରଖେ । ଏ ସବୁ ତୁମ ବିଦେଶୀ ଭାଷାରେ ମଧ୍ୟ ଲେଖା ଅଛି ।
ରମେଶ ବାବୁ ଶାଶୁ ବୋହୂ ଙ୍କର କଥା ଶୁଣି ମଜା ନେଉଥିଲେ ସିନା ଭୋକିଲା ପେଟରେ ଚାହିଁ ରହିଥିଲେ ଡାଇନିଂ ଟେବୁଲ୍ ଉପରେ ରହିଥିବା ସେଣ୍ଡୱିଚ୍ କୁ ଗୋଟିଏ ପାର୍ଶ୍ଵରେ ସ୍ତ୍ରୀ ଅନ୍ୟ ପାର୍ଶ୍ଵରେ ମାଆ ଆଉ ମଝିରେ ନିଜେ ରମେଶ ବାବୁ ଟମାଟୋ ପିଆଜ ପରି ଦାନ୍ତ ଦେଖାଉଥିଲେ । ଅତି କମ ରେ ମଣ୍ଡା ଟିଏ ହୋଇଥିଲେ ଲୁଚିକରି ପୁର ହୋଇ ଥାନ୍ତେ । ହାତ ଘଣ୍ଟାକୁ ଲକ୍ଷ୍ୟ କରି କାମ କୁ ବାହାରିଗଲେ . . . . . ଗାଡ଼ି ଛାଡ଼ିଲା ବେଳକୁ ମାଳତୀ ଦେବୀ ଓ ସାବିତ୍ରୀ ଦେବୀ ସେଣ୍ଡୱିଚ୍ ଆଉ ମଣ୍ଡା ପିଠା ଧରି ପରସ୍ପର କୁ ଚାହିଁ ରହିଥିଲେ ।
ରାଜେଶ କୁମାର ବାରିକ୍
ଦେବେନ୍ଦ୍ର ପୁର , ଅଭଣା , ବାଲେଶ୍ଵର

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ