ସାଙ୍ଗ ମାନଙ୍କ ସହିତ ଦେବକୁଣ୍ଡ ବୁଲିବାକୁ ଯାଇ ଚାଲି ଗଲା ପିଉସ ଜୀବନ

ଉଦଳା,(ରାଜୀବ ବେହେରା ) : ଦେବକୁଣ୍ଡକୁ ସାଙ୍ଗ ମାନଙ୍କ ସହିତ ବୁଲିବାକୁ ଯିବା ହେଲା କାଳ l ଦେବକୁଣ୍ଡ ମାଆ ଅମ୍ବିକାଙ୍କ ମନ୍ଦିର ଉପର ଦେଶରେ ଥିବା କୁଣ୍ଡରେ ଗାଧୋଇ ମାଆ ଙ୍କ ନିକଟରେ ପୂଜା କରିଥାନ୍ତେ ହେଲେ ତା ପୂର୍ବରୁ ଘଟିଲା ବଡ ଘଟଣ ,l ଲିଭିଗଲା ଜୀବନ ଦୀପ l ଟିକିଏ ଅସlବଧାନତା ପାଇଁ ଶଚୋନୀୟ ମୃତ୍ୟୁ ଘଟିଛି l ମୃତ୍ୟୁ କିଭଳି କେଉଁ ପରିସ୍ଥିତି ରେ ଘଟିଛି ତାହା କିଛି ଜଣା ପଡ଼ିନାହିଁ l ତେବେ ମନ୍ଦିର ନିକଟ ଉପରି ଭାଗରେ ଥିବା କୁଣ୍ଡ ମଧ୍ୟରୁ ଛାତ୍ର ଙ୍କ ମୃତ ଦେହ ଉଦ୍ଧାର ହୋଇଛି l ଏଭଳିକିଛି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଉଦଳା ବ୍ଲକ ଅଧୀନ କୁଣ୍ଡାବାଇ ମାଆ ଅମ୍ବିକା ଙ୍କ ଶକ୍ତି ପୀଠ ଦେବକୁଣ୍ଡ ରେ l ସୂଚନା ରୁ ଜଣା ପଡିଛି ମନ୍ଦିର ର ଉପର ଭାଗରେ ଥିବା ଗଣେଶ କୁଣ୍ଡ ରେ ଗାଧୋଇ ସାରି ମାଆ ଙ୍କୁ ଦର୍ଶନ କରିଥାନ୍ତେ ପିଉସ ହେଲେ ଅସାବଧାନତା ଜୀବନ ନେଇଗଲା l ତେବେ ବାପା ମାଆ ତାରିଣୀ ଦର୍ଶନ ଯାଇ ଥିବା ବେଳେ, ରାଢୋ କଲେଜ ର +୩ ଦ୍ୱିତୀୟ ବର୍ଷର ଛାତ୍ର ଥିଲେ ପିଉସ ମିହିର l ବାପା ମାଆ ଙ୍କ ଅନୁପସ୍ଥିତି କୁ ଦେଖି ଦେବକୁଣ୍ଡକୁ ସାଙ୍ଗ ସହିତ ମାଆ ଅମ୍ବିକା ଦର୍ଶନ କରି ଥାନ୍ତେ ହେଲେ ତା ପୂର୍ବରୁ ଜୀବନ ଚାଲିଗଲା l ଗାଧୋଉ ଥିବା ବେଳେ ଅଧା ରହିଗଲା ମାଆ ଅମ୍ବିକା ଙ୍କ ଦର୍ଶନ l ତେବେ ମୃତକ ଜଣକ ଉଦଳା ଵିଜ୍ଞାପିତ ଅଞ୍ଚଳ ପରିଷଦ ଜଗନlଥି ୧୧ ନମ୍ବର ୱାର୍ଡ ର ଅନିଲ କୁମାର ମହାପାତ୍ର ଙ୍କ ୨୦ ବର୍ଷୀୟ ପୁତ୍ର ପିଉସ ମିହିର ମହାପାତ୍ର,ଯିଏକି +୩ ର ଦ୍ୱିତୀୟ ବର୍ଷ ରେ ଅଧୟନ କରୁଥିବା ଜଣା ପଡିଛି l ତେବେ ଘଟଣା ପରେ ପୋଲିସ ଦମକଳ ବାହିନୀ ପହଞ୍ଚି ମୃତଦେହ କୁ ଉଦ୍ଧାର କରି ଉଦଳା ଡାକ୍ତର ଖାନାରେ ପହଞ୍ଚାଇ ଛନ୍ତି l ଡାକ୍ତର ଖାନାରେ ସାଙ୍ଗ ସାଥି ପରିଜନ ଏବଂ ଲୋକଙ୍କ ଭିଡ ଦେଖିବାକୁ ମିଳିଛି l ଶୋକାକୁଳ ପରିବେଶ ମେଡିକାଲ ପରିସର l ଶବ ଗୃହ ନିକଟରେ ବାପା ମାଆ ଙ୍କ ଆସିବା ବାଟକୁ ଅପେକ୍ଷା କରା ଯାଇଛି l ପୋଲିସ ଘଟଣାକୁ ନେଇ ଏକ ମାମଲା ରୁଜୁ କରିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ