୬୮ ଲକ୍ଷ ଇନାମି ୧୪ ମାଓବାଦୀ ସହ ୫୦ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,(ମନୋଜ କୁମାର ସାହା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲାରେ ନକ୍ସଲବାଦ ବିରୋଧରେ ସୁରକ୍ଷା ବାହିନୀକୁ ଆଜି ବଡ଼ ସଫଳତା ମିଳିଛି। ୬୮ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିବା ୧୪ ଜଣ ମାଓବାଦୀଙ୍କ ସମେତ ମୋଟ ୫୦ ଜଣ ମାଓବାଦୀ ପୋଲିସ ଅଧିକ୍ଷକ ଜିତେନ୍ଦ୍ର ଯାଦବଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। ସୂଚନା ଅନୁଯାୟୀ ଛତିଶଗଡରେ ମାଓ ସଙ୍ଗଠନ ନିଜର ସ୍ଥିତି ବଜାଇ ରଖିବା ପାଇଁ ସଂଗ୍ରାମ କରୁଥିବା ନୀତି ପ୍ରତିଦିନ ଅନେକ ମାଓବାଦୀ ଯବାନଙ୍କ ଗୁଳିରେ ମୃତ୍ୟୁ ବରଣ କରୁଛନ୍ତି। ଏପରି ସ୍ଥିତିରେ ଶତାଧିକ ମାଓବାଦୀ ଆତ୍ମସମର୍ପଣ କରିବାକୁ ଇଛା ପ୍ରକାଶ କରିଛନ୍ତି। ଏହି କ୍ରମରେ ଆଜି୫୦ ଜଣ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହି ମାଓବାଦୀ ମାନେ ମାଓ ସଙ୍ଗଠନର ପିଏଲଯିଏ ବାଟାଲିୟନ ନମ୍ବର ୧ର ବୋଲି ଜଣ ପଡିଛି। ସୁରକ୍ଷା ବାହିନୀର ନିରନ୍ତର ଅପରେସନ୍, ସରକାରଙ୍କ ପୁନର୍ବାସ ନୀତି, ନୂତନ ସୁରକ୍ଷା ଶିବିର ପ୍ରତିଷ୍ଠା ଏବଂ ମାଓ ସଙ୍ଗଠନ ସ୍ଥିତି ହରାଉଥିବାରୁ ମାଓବାଦୀମାନେ ସଂଗଠନ ପ୍ରତି ଅତିଷ୍ଠ ହୋଇ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଆତ୍ମସମର୍ପଣ କରୁଥିବା ପ୍ରକାଶ କରିଛନ୍ତି। ୫୦ଆତ୍ମସମର୍ପଣ କାରୀଙ୍କ ମଧ୍ୟରେ ୬୮ ଲକ୍ଷ ଇନାମ ଥିବା ୧୪ ଜଣ କ୍ୟାଡର ମାଓବାଦୀ ରହିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ପୁନର୍ବାସ ଯୋଜନା ଅଧୀନରେ ପ୍ରତ୍ୟେକଙ୍କୁ ୨୫ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ଏହା ମାଓ ସଙ୍ଗଠନ ପାଇଁ ଏକ ଶକ୍ତ ଧକ୍କା ବୋଲି କୁହାଯାଉଥିବା ବେଳେ ପୋଲିସ ପାଇଁ ବଡ ସଫଳତା ଅଟେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ