କୂଅଭିତରେ କାମ କରୁଥିବା ବେଳେ, ଜଣେ ଗୁରୁତର

ଉଦଳା,(ରାଜୀବ ବେହେରା): ରାଜ୍ୟରେ ଗ୍ରୀଷ୍ମ ପ୍ରବlହରେ ଉତ୍ତାପ ବଢିବାରେ ଲାଗିଛି, ଶୁଖିଲାଣି କୂଅ ପୋଖରୀ, ଏହାରି ଭିତରେ ସାମ୍ନାକୁ ଆସିଲା ଏମିତି କିଛି ଘଟଣା l ଗ୍ରାମରେ ଏକ କୂଅଭିତରେ ନନ୍ଦ ପକାଉଥିବା ବେଳେ, କୂଅ ଭିତରେ ପଡ଼ି ଜଣେ ଗୁରୁତର ହୋଇଛନ୍ତି l ଏଭଳି କିଛି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବହୁବନ୍ଦ ଗ୍ରାମ ପଞ୍ଚାୟତ ନିକଟରେ ଥିବା କୁଟଲିଂ ଗ୍ରାମରେ l ସୂଚନା ଅନୁସାରେ ଗ୍ରାମର ସନାତନ ମଢେଇ ଙ୍କ ପୁଅ ରମା ଦାସ ମଢେଇ ୨୭ ଗାଁ ନିକଟରେ ଏକ କୂଅରେ ସାଙ୍ଗ ସାଥି ହୋଇ ୬ ଜଣ ମିଶି ୩୫ ଫୁଟ ଥିବା କୂଅରେ ନନ୍ଦ ପକାଇସାରି ସମସ୍ତେ ଉପରକୁ ଆସିଥିଲେ,ହେଲେ ରମା ଦାସ ଉକ୍ତ କୂଅ ଭିତରୁ ଉପରକୁ ଉଠୁଥିବା ବେଳେ ଉପରେ ବନ୍ଧା ହୋଇ ଥିବା କାଠ ଟି ଭାଙ୍ଗି ଯିବାରୁ ତଳକୁ ଖସି ପଡ଼ି ଗୁରୁତର ହୋଇ ଥିଲେ l ତେବେ ଘଟଣା ସ୍ଥଳ ରେ ଦମକଳ ବାହିନୀ ଦଳ ପହଁଞ୍ଚି ଉଦ୍ଧାର କରି ଉଦଳା ଡାକ୍ତର ଖାନାରେ ଭର୍ତ୍ତି କରାଇଛନ୍ତି l ପ୍ରାଥମିକ ଚିକିତ୍ସା ପରେ ରମା ଦାସ ଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇ ରକ୍ତ ବାହାରୁଛି l ଗୁରୁତର ଥିବାରୁ କାର୍ଯ୍ୟରତ ଡାକ୍ତର ବାରିପଦା କୁ ସ୍ଥାନାନ୍ତର କରିଥିବା ସୂଚନା ହସ୍ତଗତ ହୋଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ