ଦୁଇ ବାଇକ ମୁହାଁ ମୁହିଁ ଧକ୍କା ଜଣେ ମୃତ, ଅନ୍ୟ ବାଇକ ଚାଳକ ଫେରାର
ନବରଙ୍ଗପୁର,(ୱାଇଏନଏସ): ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ଥାନା ଅନ୍ତର୍ଗତ କାକଡ଼ିଆମ୍ବ ଗାଁ ବ୍ରିଜ ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି ମୃତକ ହେଲେ ଗଦବାକୋତରା ଗାଁ ର ମୁକୁନ୍ଦ ନାୟକ । ମୁକୁନ୍ଦ ନିଜର ବ୍ୟକ୍ତିଗତ କାମ ସାରି କାକୁଡୀଆମ୍ବ ଗାଁ ରୁ ନିଜଘର କୁ ଫେରୁଥିବା ବେଳେ ସମ୍ମୁଖ ରୁ ଆସୁଥିବା ଅନ୍ୟ ଏକ ବାଇକ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା । ତେବେ ଦୁର୍ଘଟଣା ଘଟଇଥିବା ଅନ୍ୟ ଗାଡି ଘଟଣା ସ୍ଥଳରୁ ଫେରାର ହୋଇଛି । ଘଟଣାସ୍ଥଳ ରେ ପୋଲିସ ପହଞ୍ଚି ଶବ କୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଘଟଣା ର ତଦନ୍ତ କରାଯିବା ସହିତ ଫେରାର ବାଇକ କୁ ଧରାଯିବ ବୋଲି ପୋଲିସ ତରଫରୁ ସୂଚନା ମିଳିଛି । ଅନ୍ୟପଟେ ଶବ ବ୍ୟବଚ୍ଛେଦ ପରେ ପରିବାର ଙ୍କୁ ହସ୍ତାନ୍ତର କରାଯିବ ବୋଲି ମୈଦଲପୁର ପୋଲିସ ସୂଚନା ମିଳିଛି।