କାର ଦୁର୍ଘଟଣା ଗ୍ରସ୍ତ ୨ ଗୁରୁତର ୨ ଆହାତ

ଉଦଳା,(ରାଜୀବ ବେହେରା): ୧୦ ଫୁଟ ଖାଇକୁ ଓଲୋଟିଲା କାର l ବାଇକକୁ ସାଇଡ ଦେବାକୁ ଯାଇ ଦୁର୍ଘଟଣା ଘଟିଥିବା ପ୍ରତକ୍ଷ୍ୟ ଦର୍ଶୀ କହିଛନ୍ତି l ଉଦଳାରୁରୁ ଡବ୍ଲୁବି 06 ଏ 6907 ଏକ ଫେରୁଥିବା କାର କଅଁରପାଳ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି l ଆହlତଙ୍କୁ ସ୍ଥାନୀୟ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି l ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧୀନ କୁଅଁର ପାଳ ଗ୍ରାମ ନିକଟରେ ଏଭଳି କିଛି ଚିତ୍ର ଦେଖିବାକୁ ମିଳିଛି l ଘଟଣା ସ୍ଥଳରେ ଗାଡିଟି ସମ୍ପୂର୍ଣ ଭାଙ୍ଗି ରୁଜି ଚୁରମାର ହୋଇଛି l କାର ଭିତରେ ଥିବା ଚାଳକ ସମେତ ୪ ଜଣ ଥିବା ସୂଚନା ମିଳିଛି l ତେବେ ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତ୍ର ସମୟରେ ଉଦଳା ରୁ ଆମ୍ବଡିହା ଅଞ୍ଚଳ କୁ ଫେରୁଥିବା ବାଟରେ କାର ଟି କଅଁର ପାଳ ଗ୍ରାମ ନିକଟରେ ଭରସାମ୍ୟ ହରାଇ ଖାଲ ଭିତରକୁ ଖସି ପଡିଥିଲା l ଘଟଣା ସ୍ଥଳକୁ ଗ୍ରାମବାସୀ ମାନେ ଦୌଡ଼ି ଆସି ଆହାତ ମାନଙ୍କୁ ଉଦ୍ଧାର କରି ଥିବା ବେଳେ, ଘଟଣା ସ୍ଥଳ ରେ ପୋଲିସ ଅଗ୍ନିଶମ ବାହିନୀ ଏବଂ ଆମ୍ବୁଲାନ୍ସ ପହଞ୍ଚି ଆହତ ମାନଙ୍କୁ ଉଦଳା ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି l ଆହତ ମାନଙ୍କ ମଧ୍ୟରେ ୨ ଗୁରୁତର ଥିବା ବେଳେ , ୨ ସାମାନ୍ୟ ଆହତ ହୋଇ ଛନ୍ତି l ଜଣକ ଅବସ୍ଥା ଅଧିକ ଗୁରୁତର ଥିବାରୁ କାର୍ଯ୍ୟରତ ଡାକ୍ତର ବାରିପଦା ପି. ଆର. ଏମ ଡାକ୍ତର ଖାନାକୁ ସ୍ଥାନାନ ତର କରିଛନ୍ତି ଯାହା ସୂଚନା ଆସିଛି l ଆହାତ ଯୁବକ ମାନେ ସ୍ଥାନୀୟ ବଡସିଙ୍ଗାରିଆ ଆମ୍ବଡିହା ଅଞ୍ଚଳର ବୋଲି ଜଣାପଡିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ