ରଥଯାତ୍ରାରେ ହଜାର ହଜାର ଶ୍ରଦ୍ଧଳୁଙ୍କ ସମାଗମ

ହାଟଡ଼ିହି,  (ଓ୍ବାଇଏନଏସ) : ହାଟଡିହି ବ୍ଲକ ଢ଼େଙ୍କାରେ ପବିତ୍ର ଘୋଷଯାତ୍ରା ମହାସମାରୋହରେ ଅନୁଷ୍ଠିତ ୋଇଯାଇଛି । ପ୍ରଭୂ ଶ୍ରୀଜୀୟୁଙ୍କ ମନ୍ଦିରରେ ଗତକାଲି  ନେତ୍ରୋତ୍ସବ ଅନୁଷ୍ଠିତ ହୋଇଥିବାବେଳେ ଗୁରୁବାର ସକାଳୁ ପହିଲିଧୂପ, ମଙ୍ଗଳ ଆଳତୀ, ପହିଲି ଭୋଗ ସହିତ ସମସ୍ତ ରୀତିନୀତି ମତେ ପ୍ରଭୁଙ୍କର ପୂଜାକାର୍ଯ୍ୟ ସମ୍ପାଦନ କରାଯାଇଥିଲା । ପରେ ଆଜ୍ଞାମାଳ ଅଣାଯାଇ ରଥ ପ୍ରତିଷ୍ଠା କରାଯିବା ପରେ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କୁ ପହଣ୍ଡି ବିଜେ କରାଯାଇ ରଥାରୁଢ଼ କରାଯାଇଥିଲା ।  ପୂଜକ ମୁକ୍ତିକାନ୍ତ ମିଶ୍ରଙ୍କ ଦ୍ୱାରା ଛେରାପହଁରା ନୀତି ସମ୍ପର୍ଣ୍ଣ ପରେ ରଥଟଣା ଆରମ୍ଭ ହୋଇଥିଲା । ହଜାର ହଜାର ଶ୍ରଦ୍ଧାଳୁ ରଥକୁ ଟାଣି ଟାଣି ଢ଼େଙ୍କାବଜାର ସ୍ଥିତ ମାଉସୀମା ମନ୍ଦିର ପର୍ଯ୍ୟନ୍ତ ନେଇଯାଇଥିଲେ । ଏଥିପାଇଁ ଢେଙ୍କା ବଜାରଟି ଆଜି ଲୋକାରଣ୍ୟ ହୋଇପଡିଥିଲା ।ପୂର୍ଣ୍ଣ ଚନ୍ଦ୍ର କର, ରୁଦ୍ର ପ୍ରସାଦ କର, ଦେବାଶିଷ କର, ବିଦ୍ୟାଧର କର, ପ୍ରଦ୍ୟୁମ୍ନ କର, ଅନିରୁଦ୍ଧ କର, ନାରାୟଣ ଦାଶ, ଜ୍ୟୋତି ଶଙ୍କର କର, ଜ୍ୟୋତି ରଞ୍ଜନ ଦାଶ, ରଶ୍ମି ରଞ୍ଜନ ପାଣିଗ୍ରାହୀ, ଅନନ୍ତ ଦାଶ, ଅନନ୍ତ ମିଶ୍ର, ନୃସିଂହ ଦାଶ, ଚିନ୍ମୟ ମିଶ୍ର, ଜଗନ୍ନାଥ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିପରି ମୁଗୁପୁର, ଶାଳଣିଆଁରେ ମଧ୍ୟ ପ୍ରବଳ ଉତ୍ସାହ ଓ ଉଦ୍ଦିପନାର ସହ ରଥଯାତ୍ରା ସମ୍ପର୍ଣ୍ଣ ହୋଇଛି । ମୁଗୁପୁର  ସ୍ଥିତ ନୀଳାପୁର ବିଶ୍ୱଗୁରୁ ପୀଠ ଜଗନ୍ନାଥ ମନ୍ଦିରରେ ସମସ୍ତ ରିତୀନୀତି ଅନୁଯାଇ ପୂଜାର୍ଚ୍ଚନା ପରେ ପ୍ରଭୁଙ୍କୁ ରଥାରୁଢ଼ କରାଯିବାପରେ ଅପରାହ୍ନରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ଆଖ ପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ରଥକୁ ଟାଣି ଟାଣି ମାଉସୀ ମା ମନ୍ଦିର ନିକଟକୁ ନେଇଥିଲେ । ସେହିପରି ଶାଳଣିଆଁରେ ମଧ୍ୟ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ