ଗାଙ୍ଗପୁର ଥାନା ଅଧିକାରୀଙ୍କୁ ସ୍ୱାଗତ ଜଣାଇଲେ ବେଲଗୁଣ୍ଠା ପ୍ରେସକ୍ଲବ ସଦସ୍ୟ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ଗଞ୍ଜାମ ଜିଲ୍ଳା ଗାଙ୍ଗପୁର ଥାନାରେ ନୂତନ ଥାନା ଅଧିକାରୀ ଭାବେ ଯୋଗ ଦେଇଥିବା ଶୁଭଲକ୍ଷ୍ମୀ ପୂଜାରୀଙ୍କୁ ବେଲଗୁଣ୍ଠା ପ୍ରେସକ୍ଲବର ସଦସ୍ୟ ମାନେ ସ୍ୱାଗତ ଜଣାଇଛନ୍ତି I ଗୁରୁବାର ରାତି ନଅ ଘଣ୍ଟା ସମୟରେ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ନେତୃତ୍ୱରେ ପ୍ରେସକ୍ଲବ କୋଷାଧ୍ୟକ୍ଷ ବିଭୂପଦା ଜେନା, ବରିଷ୍ଠ ସଦସ୍ୟ ସନ୍ତୋଷ କୁମାର ବିଷୋୟୀ, ଯୁବ ସାମ୍ବାଦିକ କୃଷ୍ଣଚନ୍ଦ୍ର ପଟ୍ଟନାୟକ, ପଞ୍ଚାନନ ସାହୁ ପ୍ରମୁଖ ନୂତନ ଥାନା ଅଧିକାରୀ ଶ୍ରୀମତୀ ପୂଜାରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ପୁଷ୍ପଗୁଚ୍ଛ ଏବଂ ଉପଢ଼ୌକନ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ I ଏହା ସହିତ ଅଞ୍ଚଳର ଆଇନ୍ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ I ଥାନା ଅଧିକାରୀ ଶ୍ରୀମତୀ ପୂଜାରୀ ଅଞ୍ଚଳର ଆଇନ୍ ଶୃଙ୍ଖଳା ସମସ୍ୟା ସମାଧାନ, ସମାଜର ସମସ୍ତ ବର୍ଗର ଜନସାଧାରଣଙ୍କୁ ନିରପେକ୍ଷ ଭାବେ ନ୍ୟାୟିକ ସହାୟତା ପ୍ରଦାନ ଆଦି କ୍ଷେତ୍ରରେ ସାମ୍ବାଦିକ ମାନଙ୍କ ସହଯୋଗ କାମନା କରିଥିବା ବେଳେ ପ୍ରେସକ୍ଲବ ସଦସ୍ୟ ମାନେ ମଧ୍ୟ ଥାନାର ପ୍ରତ୍ୟେକ କର୍ମଚାରୀଙ୍କ ସହିତ ଊତ୍ତମ ସମ୍ପର୍କ ସ୍ଥାପନ କରି ଥାନା ଅଧିକାରୀ ଶ୍ରୀମତୀ ପୂଜାରୀ ଙ୍କ ସହିତ ସର୍ବଦା ରହିବେ ବୋଲି ପ୍ରକାଶ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ