’ବର୍ଣ୍ଣବୋଧ ବଣ୍ଟନ- ବର୍ଣ୍ଣବୋଧ ଉତ୍ସବ’ ପାଳିତ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହନ୍ତ): ଓଡ଼ିଆ ପକ୍ଷ ପାଳନର ସପ୍ତମ ଦିବସରେ ଓଡ଼ିଆ ଭାଷା ଓ ସଂସ୍କୃତିରେ ସଚେତନତା ଏବଂ ଶିକ୍ଷାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ‘ବର୍ଣ୍ଣବୋଧ ବଣ୍ଟନ- ବର୍ଣ୍ଣବୋଧ ଉତ୍ସବ’ ଉତ୍ସାହର ସହିତ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ ଏବଂ ଅନ୍ୟାନ୍ୟ ଅଧିକାରୀ ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଅବସ୍ଥାପିତ ବିଦ୍ୟାଳୟଗୁଡ଼ିକରେ ଉପସ୍ଥିତ ରହି ବର୍ଣ୍ଣବୋଧ ବଣ୍ଟନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଓଡ଼ିଆ ଭାଷାର ଐତିହ୍ୟକୁ ସଂରକ୍ଷଣ କରିବା ସହିତ ଛାତ୍ରଛାତ୍ରୀମାନଙ୍କ ପାଇଁ ଭାଷାଗତ ଶିକ୍ଷଣ ଓ ବିକାଶର ପରିବେଶ ସୃଷ୍ଟି କରିବା ଦିଗରେ ଏହି ଦିବସଟିକୁ ଭକ୍ତକବି ମଧୁସୂଦନ ରାଓଙ୍କ ରଚିତ ‘ବର୍ଣ୍ଣବୋଧ’ ନିମନ୍ତେ ଉତ୍ସର୍ଗୀକୃତ କରାଯାଇଛି । ଏଠାରେ ସୂଚନା ଥାଉକି, ଜିଲ୍ଲା ସଂସ୍କୃତି ବିଭାଗ ଓ ଜିଲ୍ଲା ଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ଉକ୍ତ ଦିବସଟିକୁ ଆୟୋଜିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ