ଶ୍ରୀରାମ ନବମୀ ପାଳିତ

ବ୍ରହ୍ମପୁର(ଓ୍ବାଇଏନଏସ) :  ପବିତ୍ର ଶ୍ରୀରାମ ନବମୀରେ ଭକ୍ତି ସହ ଶକ୍ତି ପ୍ରଦର୍ଶନ । ବ୍ରହ୍ମପୁରରେ ଶହ ଶହ ସଂଖ୍ୟାରେ ପ୍ରଭୁ ଶ୍ରୀରାମ ଏବଂ ହନୁମାନ ଭକ୍ତ ‘ଶ୍ରୀରାମ ନବମୀ ଶୋଭାଯାତ୍ରା ସମିତି’ ପକ୍ଷରୁ ଆୟୋଜିତ ଏକ ବିଶାଳ ମୋଟରସାଇକେଲ୍ ଶୋଭାଯାତ୍ରାରେ ବାହାରିଥିଲେ । ଏହି ବିଶାଳ ଶୋଭାଯାତ୍ରା ସ୍ଥାନୀୟ ଗାନ୍ଧୀନଗର ଛକଠାରୁ ଆରମ୍ଭ ହୋଇ ଗେଟ୍ ବଜାର,ଆସ୍କା ରୋଡ଼,ହରିଡ଼ାଖଣ୍ଡି ଛକ,ବଡ଼ ବଜାର,ସାନ ବଜାର,ହନୁମାନ ବଜାର,ଗିରି ମାର୍କେଟ,ଗିରିଜା ଛକ,ଗୈାତମ ସିନେମା ହଲ୍ ରୋଡ଼,ମୋତି ହୋଟେଲ ଛକ,ପିଭିଏନ୍ ରାଓ ପେଟ୍ରୋଲ ପମ୍ପ ଛକ,ଖଲ୍ଲିକୋଟ କଲେଜ ରୋଡ଼,ସୁବାରାଓ,ଟାଟାବେଞ୍ଜ, ବିଜିପୁର ଛକ ଦେଇ ଗୋସାଇଁନୂଆଗାଁ ସ୍ଥିତ କେ.ସି.ହାଇସ୍କୁଲ୍ ଖେଳ ପଡ଼ିଆ ଠାରେ ପହଞ୍ଚିଥିଲା । ସହରର ରାଜରାସ୍ତା ‘ଜୟ ଶ୍ରୀରାମ’ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା । ଏକ ସୁସଜ୍ଜିତ ରଥରେ ପ୍ରଭୁ ଶ୍ରୀରାମ,ଲକ୍ଷ୍ମଣ,ମାତା ସୀତା ଏବଂ ହନୁମାନ ବେଶରେ ଦେଖିବାକୁ ମିଳିଥିଲା । ସହରର ବିଭିନ୍ନ ଅଞ୍ଚଳ ଦେଇ ଯାଉଥିବା ଏହି ଶୋଭାଯାତ୍ରାକୁ ଛକ ଛକରେ ଜନସାଧାରଣ ସ୍ୱାଗତ ସମ୍ବର୍ଦ୍ଧନା କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏହି ବିଶାଳ ଶୋଭାଯାତ୍ରାରେ ବିଜେପିର ବରିଷ୍ଠ ନେତା କାହ୍ନୁ ଚରଣ ପତି,ବ୍ରହ୍ମପୁର ମହାନଗରର ପୂର୍ବତନ ମେୟର ଶିବ ଶଙ୍କର ଦାସ,ଆରଏସଏସ ର ଭଗବାନ ଚୈାଧୁରୀ,ବିଶ୍ଵ ହିନ୍ଦୁ ପରିଷଦର ଅରୁଣ ପ୍ରସାଦ ପାଢ଼ୀ,ବଜରଙ୍ଗ ଦଳର ଅଜୟ ବେହେରା,ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର, ଆସ୍କା, ବ୍ରହ୍ମପୁର ଏବଂ କନ୍ଧମାଳ ତିନୋଟି ଲୋକସଭା କ୍ଷେତ୍ର ଦାୟୀତ୍ଵରେ ଥିବା ବିଜେପିର ବରିଷ୍ଠ ନେତା ସୁନିଲ କୁମାର ସାହୁ,ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ପିତବାସ ପଣ୍ଡା,ଏସ୍.ରାଣୀ,ଆଲୋକ ସାହୁ,ମଦନ ମୋହନ ପାତ୍ର,କୁଞ୍ଜବିହାରୀ ପଣ୍ଡା,ଗୈାତମ ମହାରଣା,ଜି.ଶ୍ରୀନୁ ଆଚାରୀ,ରୋଷନ ସାହୁ,ସରୋଜ ପାତ୍ର,ଧର୍ମରାଜ ପାଣିଗ୍ରାହୀ, ଭାବଗ୍ରାହୀ ପାଳ,କୃଷ୍ଣଚନ୍ଦ୍ର ଚୈାଧୁରୀ, ଗୋପାଳକୃଷ୍ଣ ସ୍ୱାଇଁ,ନନ୍ଦ କିଶୋର ସାହୁ,ବଳରାମ ମହାରଣା,କେ ରବି ରାଓ,କିଶୋର କୁମାର ସାହୁ,କମଲ ପାତ୍ର,ଶୀତଲ୍ ଜେନା,ଦେବୁନ୍ ପଟ୍ଟନାୟକ,ସଞ୍ଜୟ କୁମାର ଦାସ,ପ୍ରବୀର ପାତ୍ର,ନୀଳକଣ୍ଠ ବେହେରା,ଶକ୍ତି ପଟ୍ଟନାୟକ,ଅମିତ ସାହୁ,ଏସ୍.ଶ୍ରୀନିବାସ୍,ଅମର ସାହୁ,ସନ୍ତୋଷ ପଟ୍ଟନାୟକ,ତ୍ରିନାଥ ମହାପାତ୍ର, ପ୍ରଦୀପ ମିଶ୍ର ପ୍ରମୁଖଙ୍କ ସମେତ ଆରଏସଏସ୍,ବିଶ୍ଵ ହିନ୍ଦୁ ପରିଷଦ,ବଜରଙ୍ଗ ଦଳ,ବିଜେପି ନେତୃବୃନ୍ଦଙ୍କ ସମେତ ବିଭିନ୍ନ ସଂଗଠନର କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ