ଗୋପ କବରସ୍ତାନ ଉଦଘାଟିତ
ନିମାପଡ଼ା,(ସନ୍ତୋଷ କୁମାର ଦାଶ): ପୁରୀ ଜିଲ୍ଲା ଗୋପ ବ୍ଲକର ଏକମାତ୍ର ସରକାରୀ କବରସ୍ତାନ ପାଇଁ ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାସ ବିଧାୟକ ଥିବା ସମୟରେ ୨୩ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିଥିଲେ। ଏହାର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟିକରଣ କାର୍ଯ୍ୟ ଶେଷ ହେବା ପରେ ଆଜି ଶ୍ରୀ ଦାସ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଗୋପ ବଜାର ଠାରୁ ପାରମ୍ପରିକ ଖେଳ ଓ ବାଜା ବାଣ ସହ ଏକ ବିରାଟ ପଟୁଆରରେ ଶ୍ରୀ ଦାସଙ୍କୁ ବସ୍ତି ବାସିନ୍ଦା କବରସ୍ତାନ ନିକଟକୁ ପାଛୋଟି ନେଇଥିଲେ।ଏହି କାର୍ଯ୍ୟକ୍ରମରେ ମାଇନରଟି ସଭାପତି ମୁଜିବୁର୍ ରହମାନ ଖାଁ, ମାଇନରଟି ସଭାପତି ସର୍ଫରାଜ ତୁଲ୍ଲା, ଅବଦୁଲ କଲିମ ଖାଁ, ବସ୍ତି ସମ୍ପାଦକ ରହିମ୍ଉଲ୍ଲା ଶାହା,ମାଇନରଟି ନେତା ଅଦୀବ୍ ଶେଖ୍, କଲାମ ତୁଲା, ଯୁବନେତା ମନ୍ଦୀପ ପାଇକରାୟ, ସରପଞ୍ଚ ଶ୍ରୀମତୀ ସୁଲୋଚନା ଦାସ, ନାଏବ ସରପଞ୍ଚ ବାବୁଲା ବେହେରା, ବରିଷ୍ଠ ନେତା ପ୍ରତାପ ପରିଡା ପ୍ରମୁଖ ଯୋଗ ଦେଇଥିଲେ।