ଧୁମ୍ କ୍ଲବ ତରଫରୁ ଗଣେଶ ପୂଜା

ରାଇରଙ୍ଗପୁର,(ୱାଇଏନଏସ): ରାଇରଙ୍ଗପୁର ର ମହତାବ ଭବନ ଛକ ନିକଟରେ ଧୁମ୍ କ୍ଲବ ତରଫରୁ ବିଘ୍ନହତା, ଅଗ୍ରପୂଜ୍ଯ, ବୁଦ୍ଧି ଓ ସିଦ୍ଧି ର ଦେବତା ଶ୍ରୀଗଣେଶଙ୍କ ପୂଜା ଅତ୍ୟନ୍ତ ଭକ୍ତି, ଶ୍ରଦ୍ଧା ସହିତ ଅନୁଷ୍ଠିତ ହୋଇଯାଇଛି ।ସକାଳଟାରୁ ଘଟୋ ଉତ୍ତୋଳନ , ସ୍ଥାପନା, ପୁରୋହିତଙ୍କ ଦ୍ଵାରା ବୈଦିକ ମନ୍ତ୍ର ପାଠ ଓ ଶଙ୍ଖ ଧ୍ବନି ମଧ୍ୟରେ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା ।ଆକର୍ଷଣୀୟ ଆଲୋକ ସଜ୍ଜା, ମୃଣ୍ମୟ ମୂର୍ତ୍ତି, ମନଲୋଭା ତୋରଣ, କମିଟି ସଦସ୍ୟଙ୍କ ସୁମଧୁର ବ୍ୟବହାର ଓ ପ୍ରସାଦ ବଣ୍ଟନ ସମସ୍ତଙ୍କୁ ଆକର୍ଷିତ କରିଥିଲା ।ପାଇଁ ଅନୁକୂଳ ଥିବାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ ଓ ଆଶୀର୍ବାଦ ନେଇଥିଲେ ।କମିଟିର ସଦସ୍ୟ ସୂର୍ଯ୍ୟ, ୟାସ,ଆଶୁ,ଶୁଭଂ,ଶିବଂ,ସୁରଜ୍, ଆୟୂଷ,ଵିକି,ଉଦୟ, ଅଂଶୁ,ଉଦୟ, ଭେନସ,ତୁଷାର, ଅଂଶୁ,ମୟଙ୍କ, ଦେବ,ସାଗର, ପ୍ରାୟାଂଶୁ, ଅଭୟ,କେଶୁ ଏବଂ ଅନ୍ୟ ସଦସ୍ୟ ବୃନ୍ଦ ପରିଚାଳନାରେ ସହଯୋଗ କରିବା ସହିତ ଅଞ୍ଚଳବାସୀ ଏଠାରେ ଆସି ବାବାଙ୍କ ଦର୍ଶନ ନେବା ପାଇଁ ଅନୁରୋଧ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ