ସାମ୍ବାଦିକଙ୍କ ଅକାଳ ବିୟୋଗରେ ଶୋକ

ନିମାପଡ଼ା,(ସନ୍ତୋଷ କୁମାର ଦାଶ): ନିମାପଡ଼ା ଅଞ୍ଚଳର ପ୍ରତିଷ୍ଠିତ ସାମ୍ବାଦିକ ରଞନ କୁମାର ପଟ୍ଟନାୟକ( ୫୪) ଙ୍କର ଅକାଳ ବିୟୋଗ ଘଟିଛି। ସେ ଗତ କିଛି ଦିନଧରି କିଡ଼ନି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ। ଆଜି ପୂର୍ବାହ୍ନ ୧୧ଟା ସମୟରେ ଭୁବନେଶ୍ବରସ୍ଥ ନୟାପଲ୍ଲୀ ଠାରେ ଥିବା ଏକ ଘରୋଇ ଚିକିତ୍ସା କେନ୍ଦ୍ରରେ ଡ଼ାୟଲିସିସ ହେଉଥିବା ସମୟରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ସ୍ବଗତ ରଞନ ପଟ୍ଟନାୟକ ଙ୍କ ବିୟୋଗ ଖବର ନିମାପଡ଼ାରେ ପ୍ରସାରିତ ହେବାପରେ ବିଭିନ୍ନ ମହଲରେ ‌ଶୋକର ଛାୟା ଖେଳିଯାଇଛି। ସେ କିଛିଦିନ ଧରି ଆଜି ପର୍ଯ୍ୟନ୍ତ ଖବର କାଗଜର ସମ୍ପାଦନା ବିଭାଗ ରେ କାର୍ଯ୍ୟକରୁଥିଲେ। ସେ ଏକ ବୈଦ୍ୟୁତିକ ଗଣମାଧ୍ୟମ, ପରେ ଭୁବନେଶ୍ବର ରୁ ପ୍ରକାଶ ପାଉଥିବା ଛାପା ଗଣମାଧ୍ୟମର ନିମାପଡ଼ା ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲେ। ସେ ନିମାପଡ଼ା ର ବହୁ ସମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ। ନିମାପଡ଼ା ମହୋତ୍ସବ ତାଙ୍କ ଉଦ୍ୟମରେ ଆରମ୍ଭ ହୋଇଥିଲା । ସ୍ବର୍ଗତ ରଞନ ପଟ୍ଟନାୟକଙ୍କ ବିୟୋଗରେ ସମ୍ବାଦ ପରିବେଷଣ କ୍ଷେତ୍ରରେ ଓ ସାଂସ୍କୃତିକ କ୍ଷେତ୍ରରେ ଅପୂରଣୀୟ କ୍ଷତି ହୋଇଛି।ତାଙ୍କର ଅମର ଆତ୍ମାର ସଦଗତି ପାଇଁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା , ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ,ପୁରୀ ଜିଲା ଲୋକସଂପର୍କ ବିଭାଗର ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ,ନିମାପଡ଼ା ପ୍ରେସ କ୍ଲବ ସଭାପତି ଅକ୍ଷୟ କୁମାର ବେହେରା, ଚାରିଛକ ପ୍ରେସ କ୍ଲବ ସଭାପତି ପ୍ରଫୁଲ୍ଲ କୁମାର କର, ସ୍ତମ୍ବକାର ସନ୍ତୋଷ ଦାଶ, କାକଟପୁର ପ୍ରେସ କ୍ଲବ ସଭାପତି କମଳ ଲୋଚନ ଦିକ୍ଷୀତ, ସମ୍ପାଦକ ଆଦିତ୍ୟ କୁମାର ରାଉତ,ପୁରୀ ଜିଲା ବିଜେଡ଼ି ମହିଳା ସଭାନେତ୍ରୀ କସ୍ତୁରୀ ବାଳା ସ୍ବାଇଁ ପ୍ରମୁଖ ଶୋକ ପ୍ରକାଶ କରିବା ସହିତ ତାଙ୍କ ପରିବାର କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏହି ଦୁଃଖ ସମୟ ରେ ଧର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ପ୍ରାଥନା କରିଛନ୍ତି। ଶ୍ରୀ ପଟ୍ଟନାୟକଙ୍କ ବିୟୋଗ ଖବର ସମଗ୍ର ନିମାପଡ଼ା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ