ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ମାଲକାନଗିରିରେ ଯୁବଲେଖକ ସମ୍ମିଳନୀ

ମାଲକାନଗିରି,(ଡ଼ଃ ଶିବ ନାରାୟଣ ପାତ୍ର): ଓଡ଼ିଆ ପକ୍ଷ ପାଳନ ଅନ୍ତର୍ଗତ ‘ଯୁବଲେଖକ ଦିବସ’ ଅବସରରେ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ, ମାଲକାନଗିରି ଠାରେ ‘ଯୁବଲେଖକ ସମ୍ମିଳନୀ’ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଆଲୋକ କୁମାର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଯୁବଲେଖକ ସମ୍ମିଳନୀକୁ ସରକାରୀ ସ୍ନାତକ ମହାବିଦ୍ୟାଳୟ, ଚିତ୍ରକୋଣ୍ଡାର ଅଧ୍ୟକ୍ଷ ଡକ୍ଟର ଚିନ୍ମୟ କୁମାର ବେହେରା ଉଦ୍‌ଘାଟନ କରିଥିଲେ । ଏଥିରେ ମହାବିଦ୍ୟାଳୟ ରାଜନୀତିବିଜ୍ଞାନ ବିଭାଗମୁଖ୍ୟ ଡକ୍ଟର ଚିନ୍ମୟ ମହାନନ୍ଦ, ଗଣିତ ବିଭାଗମୁଖ୍ୟ ଡକ୍ଟର ସୂର୍ଯ୍ୟକାନ୍ତ ପାଲ, ଉଦ୍ଭିଦବିଜ୍ଞାନ ବିଭାଗମୁଖ୍ୟ ଡକ୍ଟର ଦୀନବନ୍ଧୁ ସାହୁ, ପଦାର୍ଥବିଜ୍ଞାନ ବିଭାଗମୁଖ୍ୟ ଡକ୍ଟର ହିମାଂଶୁ ଶେଖର ସାହୁ, ପ୍ରାଣୀବିଜ୍ଞାନ ବିଭାଗମୁଖ୍ୟ ଡକ୍ଟର ରତ୍ନାକର ପରିଡ଼ା, ଇଂରାଜୀ ବିଭାଗମୁଖ୍ୟ ଡକ୍ଟର ନାଇଜେଲ୍‌ ପିଟର ଓ’ବ୍ରାଇନ୍‌, ଓଡ଼ିଆ ବିଭାଗମୁଖ୍ୟ ଡକ୍ଟର ଗୌତମସେନ୍‌ ହାଁସଦାଃଙ୍କ ସମେତ ସହକାରୀ ପ୍ରଫେସର ଡକ୍ଟର ପ୍ରସନ୍ନ କୁମାର ବରାଳ, ପ୍ରୀତମ୍‌ ମହଲା ଓ ଅଧ୍ୟାପକ ଗୁରୁ ପ୍ରସାଦ ଲେଙ୍କା, ଡକ୍ଟର କିରଣ କୁମାର ଜାମୁଡାଳିଆ, ବଙ୍କିମ୍‌ ସିଲ୍‌, ସୁରଜ ମିସ୍ତ୍ରୀ, ପରେଶ ସରକାର, ପ୍ରତାପ ଶବର, ବଳରାମ ଦଳାଇ, ଡକ୍ଟର କମଳ ମାହୁନ୍ତ, ବଜରଙ୍ଗୀ ବେହେରା, ସୁଶାନ୍ତ ମାରାଣ୍ଡି, ସତ୍ୟନାରାୟଣ ସାହୁ, ଅଧ୍ୟାପିକା ଚିନ୍ମୟୀ ମହାରଣା, ରଶ୍ମିତା ନନ୍ଦ, ସମୀକ୍ଷା ସୁନ୍ଦର୍‌ରାୟ, ଇପ୍ସିତା ପ୍ରିୟଦର୍ଶିନୀ, ହରପ୍ରିୟା ଖେମୁଣ୍ଡୁ, ଚମ୍ପା ମଣ୍ଡଳ, ମାଧବୀ ମଣ୍ଡଳ, ଜୟନ୍ତୀ ମାଢୀ, ମଧୁସ୍ମିତା ମେଦିନିରା, ମହୁଆ ଦାସ, ଅଞ୍ଜଳି ନାୟକ ଓ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ପଚାଶରୁ ଊର୍ଦ୍ଧ୍ୱ ଯୁବଲେଖକ ସ୍ୱରଚିତ କବିତା/କ୍ଷୁଦ୍ରଗଳ୍ପ ପାଠ କରିଥିଲେ । ପରିଶେଷରେ ବାଣିଜ୍ୟ ବିଭାଗମୁଖ୍ୟ ଡକ୍ଟର ଦେବାଶିଷ ପହି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ