କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା
ଛତ୍ରପୁର (ଓ୍ବାଇଏନଏସ) : ରାଜ୍ୟରେ ନାରୀ ନିର୍ଯ୍ୟାତନା. ଭ୍ରଷ୍ଟାଚାର ଓ ସରକାରତ୍ତୋର ନୀୟମ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛି କଂଗ୍ରେସ । ଡବଲ ଇଞ୍ଜିନ ସରକାରରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ଥ ହୋଇପଡିଛି । ମହିଳାଙ୍କୁ ରାଜ୍ୟ ସରକାର ସୁରକ୍ଷା ଦେବାରେ ବିଫଳ ହେଉଛନ୍ତି, କେବଳ ଭୋଟ ସମୟରେ ମହିଳାଙ୍କ କଥା କହୁଛନ୍ତି । କିନ୍ତୁ, ରାଜ୍ୟରେ ଏକ ଛୋଟ ଝିଅକୁ ମଧ୍ୟ ସରକାର ସୁରକ୍ଷା ଦେଇପାରୁନାହାନ୍ତି ବୋଲି କଂଗ୍ରେସ କହିଛି । ନାରୀଙ୍କୁ ନ୍ୟାୟ ଦେବା ଦୂରର କଥା, ଏକ ହାଉସ କମିଟି ମଧ୍ୟ ଗଠନ ହେଲା ନାହିଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ଏହାର ପ୍ରତିବାଦରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ କଂଗ୍ରସ ପକ୍ଷରୁ ବିଧାୟକ ପ୍ରାର୍ଥୀ ଭାଗିରଥି ବେହେରାଙ୍କ ନେତୃତ୍ୱରେ ଶହ ଶହ ମହିଳା ପୁରୁଷ ମାନେ ହାତରେ ମଶାଲ ଧରି ବିଜେପି ସରକାର ବିରୁଦ୍ଧରେ ଋଣହୁଙ୍କାର ଦେଇଛନ୍ତି । ଛତ୍ରପୁର ଅପର ବସଷ୍ଟାଣ୍ଡ ସ୍ଥିତ ରାଜୀବ ଗାନ୍ଧୀ ପ୍ରତିମୂର୍ତ୍ତି ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଦଳୀୟ ନେତା ଓ କର୍ମୀ ମାନେ ହାତରେ ମଶାଲ ଧରି ସହର ପରିକ୍ରମା କରିଛନ୍ତି । ଡବଲ ଇଂଜିନ ସରକାର ଛିଛି ବୋଲି ସ୍ଲୋଗାନ ଦେବା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ଏହି ମଶାଲ ଶୋଭାଯାତ୍ରାରେ ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା, ପୂର୍ବତନ ସରପଂଚ ଡି. ରାମସ୍ୱାମୀ ରେଡ୍ଡୀ ଓ ଟି.କ୍ରିଷ୍ଣା ରେଡ୍ଡୀ, କାଳିଆ ରାଉଳ, ହାଡୁ ରେଡ୍ଡୀ, ଗଣପତି ବାରିକ, ମହେଶ ଗୌଡ, କାଳୁ ଚରଣ ତ୍ରିପାଠୀ, ଭବାନୀ ବେହେରା ଓ ଚକ୍ରପାଣି ପଲାଇଙ୍କ ସମେତ ବହୁ କଂଗ୍ରେସ କର୍ମୀ ମାନେ ସାମିଲ ଥିଲେ ।