ଟିଚର ପ୍ରିମିୟର ଲିଗ ଚମ୍ପିୟାନ ଗ୍ତୁପଙ୍କୁ ଶିକ୍ଷକ ସଂଘର ସମ୍ବର୍ଦ୍ଧନା

ମାଲକାନଗିରି(ମନୋଜ କୁମାର ସାହା): ମାଲକାନଗିରି ଜିଲ୍ଲା ପଦ୍ମଗିରି ମିନି ଷ୍ଟାଡିୟମ ରେ ଅନୁଷ୍ଠିତ ଟିଚର ପ୍ରିମିଅର ଲିଗ ମ୍ଯାଚ ରେ ଚମ୍ପିଆନ ହୋଇଥିବା କୋରୁକୋଣ୍ଡା ଶିକ୍ଷକ ମାନଙ୍କୁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକସଂଘ ଖାରବେଳନଗର ଭୁବନେଶ୍ବର ଅଧୀନରେ ଥିବା ମାଲକାନଗିରି ଜିଲ୍ଲା ଶାଖା ତରଫରୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ଯାଳୟରେ ସମ୍ଵର୍ଦ୍ଧନା ପ୍ରଦାନ କରାଯାଇଛି ।ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ କୋରୁକୋଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅସିତ୍ ମିସ୍ତ୍ରୀ, ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମାଡା ମାଡକାମି ଯୋଗ ଦେଇଥିଲେ। ସଂଘର ସଭାପତି ନୀଳକଣ୍ଠ ବେହେରା ସଭାପତିତ୍ବ କରିଥିଲେ। ସମ୍ମାନିତ ଅତିଥି ଭାବେ ସମ୍ପାଦକ ଲୋକନାଥ ସାହୁ,ଆଦି ଯୋଗ ଦେଇ ବିଜୟୀ ଶିକ୍ଷକ ମାନଙ୍କୁ ଉତ୍ସାହିତ କରିବା ପାଇଁ ନିଜ ନିଜର ମତ ରଖିଥିଲେ । ତତ୍ ପରେ ଟିଚର ପ୍ରିମିୟର ଲିଗ ରେ ଚମ୍ପିୟାନ ହୋଇଥିବା ଶିକ୍ଷକ ମାନଙ୍କୁ ସଂଘ ତରଫରୁ ସମ୍ଵର୍ଦ୍ଧନା ପ୍ରଦାନ କରଯାଇଥିଲା। ମଞ୍ଚ ପରିଚାଳନା କରିଥିଲେ ସଂଘର ଯୁଗ୍ମ ସମ୍ପାଦକ ଯଚିନ୍ଦ୍ର ସ୍ଵାଇଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ