କାଳ ବୈଶାଖୀ ଝଡ଼ରେ ଘର ଉପରେ ଗଛ ପଡ଼ି ଜଣେ ମୃତ
ଉଦଳା, (ରାଜୀବ ବେହେରା): କାଳ ବୈଶାଖୀ ପ୍ରଭାବରେ ଉଦଳା ଅଞ୍ଚଳ ରେ ବ୍ୟାପକ କ୍ଷୟ କ୍ଷତି ଘଟlଇଛି , ବିଭିନ୍ନ ଜାଗାରେ ବଡ ବଡ଼ ଗଛ ଭାଙ୍ଗି ଉପୁଡି ପଡ଼ିଥିବା ବେଳେ ସ୍ଥାନେ ସ୍ଥାନେ ଘର ଦ୍ୱାର ଭାଙ୍ଗି ରୁଜି ଚୁରମାର ହୋଇଛି, ଏଭଳି ପରିସ୍ଥିତି ରେ ଉଦଳା ଆଖ ପାଖ ଅଞ୍ଚଳ ରେ କାଳ ବୈଶାଖୀ ଝଡ ବତାସ କରାଳ ରୂପ ଧାରଣ କରି ତାଣ୍ଡବ ରଚିଛି । କୁଆଡୁ କେଜାଣି ଏହି ଝଡ ବତାସ ସାଙ୍ଗକୁ କୁଆପଥର ଏମିତି ଭାବରେ ମାଡି ଆସିଲା ସଙ୍ଗେ ସଙ୍ଗେ ପୁରା ଅଞ୍ଚଳ ଅନ୍ଧକାର ହୋଇ ଗଲା, ଯିଏ ଯେଉଁଠାରେ ରହିଲେ ଆଗକୁ ଯିବାକୁ ଭୟ କଲେ, ଏଭଳି ସମୟ ରେ ଦୁଇଟି ଚିତ୍ର ସାମ୍ନାକୁ ଆସିଛି, ଜଣକୁ ଉଦ୍ଧାର କରାଯାଇ ଥିବା ବେଳେ ଅନ୍ୟ ଜଣକ ଜୀବନ ଯାଇଛି । ଏଭଳି କିଛି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଉଦଳା ଥାନା ଅଞ୍ଚଳରେ ,ସୂଚନା ଅନୁସାରେ ରାତ୍ର ସମୟ ରେ ଉଦଳା ବହୁବନ୍ଧ ଗ୍ରାମର ଭାସ୍କର ଶଙ୍ଖୁଆ ଙ୍କ ପୁଅ ଚୈତନ ଶଙ୍ଖୁଆ ୫୦ କାମକୁ ଯାଇ ଘରକୁ ଗାଁ ଲୋକଙ୍କ ସହିତ ଫେରିବା ବାଟରେ ଗୋଧିମର। କ୍ରସର ଡାହୀ ନିକଟରେ ପହଞ୍ଚି ଥିବା ବେଳେ ହଠାତ ଶୁ ଶୁ ଗର୍ଜନ କରି ଅନ୍ଧାର କରି କାଳବୈଶାଖୀ ଝଡ଼ ସହିତ ବର୍ଷା ପବନ କୁଆପଥର ବର୍ଷୀଥିଲା ସମସ୍ତେ ଯିଏ ଯୁଆଡେ ପଳାଇ ଥିବା ବେଳେ ଡାହୀ ନିକଟରେ ଏକ ଚାଳ ଝୁପୁଡି ଘରରେ ଚୈତନ ଏବଂ ଅନ୍ୟ ତିନିଜଣ ବର୍ଷା ପବନ ଦାଉରୁ ରକ୍ଷା ପାଇବା କୁ ପଶି ଯାଇ ଥିବା ବେଳେ, ପବନ ଜୋର ହେବାରୁ ଘର ନିକଟରେ ଏକ ବିରାଟ ମହୁଲ ଗଛ ଘର ଉପରେ ପଡ଼ି ଯିବା ଫଳରେ ଚାରି ଜଣ ଯାକ ଘର ତଳେ ଚାପି ହୋଇ ଯାଇ ଥିଲେ, ସମସ୍ତେ ମୁର୍ଚ୍ଛା ହୋଇ ଯାଇ ଥିଲେ, ଆଖି ଫିଟିବା ବେଳକୁ ଘର ତଳେ ଚାପି ହୋଇ ଥିବା ଜାଣିବାକୁ ପାଇଲେ, ତେବେ ଗୁରୁତର ହୋଇ ଉପରକୁ ବାହାରି ଥିବା ବେଳେ ୪ ଜଣକ ଭିତରୁ ଜଣକ ଜୀବନ ଚାଲି ଯାଇଛି । ମୃତକ ଜଣକ ବହୁବନ୍ଧ ଗ୍ରାମର ଚୈତନ୍ ବୋଲି ଜଣା ପଡିଛି । କ।ଳବୈଶାଖୀ ଝଡ ତୁଫାନ ସମୟରେ ଅସ୍ଥାଇ କୁଡ଼ିଆ ରେ ଆଶ୍ରୟ ନେଇ ହେଲା କାଳ, ଖବର ପାଇବା ପରେ ଗ୍ରାମବାସୀ ମାନେ ପହଞ୍ଚି ଥିବା ସମୟ ରେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଗଛ କୁ କାଟି ସଫା କରି ମୃତଦେହ ଉଦ୍ଧାର କରି ଉଦଳା ଡାକ୍ତର ଖାନାରେ ପହଞ୍ଚାଇ ଥିଲା, ଖବର ପାଇ ଉଦଳା ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରି ଏକ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ଶବ ଗୃହକୁ ପଠାଇ ଥିବା ବେଳେ ଶୋକାକୁଳ ପରିବେଶରେ ଶବ ହେଲା ବ୍ୟବଛେଦ ।


