ଜିଲ୍ଲାରେ ଆୟୋଜିତ ହେବ “ରଙ୍ଗବତୀ” ଉତ୍ସବ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓସଂସ୍କୃତିବିଭାଗଆନୁକୂଲ୍ୟରେଓଡ଼ିଶା ସଂଗୀତ ନାଟକ ଏକାଡେମୀ, କେନ୍ଦୁଝର ଜିଲ୍ଲା ପ୍ରଶାସନ, ଜିଲ୍ଲା ସଂସ୍କୃତି ପରିଷଦ ଏବଂ ଆଦିମ୍- ସଂସ୍କୃତି, କେନ୍ଦୁଝରର ମିଳିତ ସହଯୋଗରେ କେନ୍ଦୁଝର ଜିଲ୍ଲାରେ ପଶ୍ଚିମ ଓଡ଼ିଶା ନୃତ୍ୟ, ସଂଗୀତ ଉତ୍ସବ “ରଙ୍ଗବତୀ”ର ଆୟୋଜନ କରାଯିବ। “ରଙ୍ଗବତୀ” ଉତ୍ସବ ଆସନ୍ତା ମେ’ ୫ ତାରିଖ ଠାରୁ ଆରମ୍ଭ ହୋଇ ୭ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି କାଳିପଡ଼ିଆ, କେନ୍ଦୁଝର ଠାରେ ଅନୁଷ୍ଠିତ ହେବ।ରଙ୍ଗବତୀଉତ୍ସବରେ ରାଜ୍ୟରମନ୍ତ୍ରୀମଣ୍ଡଳରମନ୍ତ୍ରୀଗଣ,କେନ୍ଦୁଝରଜିଲ୍ଲାରସାଂସଦ,ବିଧାୟକ, ବହୁବିଶିଷ୍ଟକଳାକାରଏବଂମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେବାର ଯୋଜନା ରହିଛି। ପଶ୍ଚିମ ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି, ପରମ୍ପରା, ନୃତ୍ୟ, ସଂଗୀତ ଆଦିର ବହୁଳ ପ୍ରଚାର ଓ ପ୍ରସାର ନିମନ୍ତେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।ଚଳିତ ବର୍ଷର “ରଙ୍ଗବତୀ”ଉତ୍ସବରେପଶ୍ଚିମଓଡ଼ିଶାରବହୁବିଶିଷ୍ଟଲୋକକଳାକାର, ନୃତ୍ୟଶିଳ୍ପୀ ଏବଂ କଣ୍ଠଶିଳ୍ପୀମାନେ ଯୋଗଦେଇ ନୃତ୍ୟ ଓ ସଂଗୀତପରିବେଷଣ କରିବେ। ଡ଼ାଲଖାଇ, ରସରକେଲି ଠାରୁ ନେଇ ହୋମୁଣ୍ଡା, ଛଉ, ଚାଙ୍ଗୁ, ଝୁମର ନୃତ୍ୟ ପର୍ଯ୍ୟନ୍ତ ଏବଂ ଢ଼ୋଲ, ତବଲା, ମୃଦଙ୍ଗ ଏବଂ ବିଭିନ୍ନ ପାରମ୍ପରିକ ବାଦ୍ୟରେ ପଶ୍ଚିମ ଓଡ଼ିଶାରଲୋକସଂଗୀତପରିବେଷଣ କରାଯିବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯିବ।ଆମଓଡ଼ିଶାରଲୋକକଳା ଓ ଲୋକସଂସ୍କୃତିକୁ ଚିର ଉଜ୍ଜୀବିତ କରି ରଖିବା ଲକ୍ଷ୍ୟରେ ଆୟୋଜିତ ହେବାକୁ ଥିବା “ରଙ୍ଗବତୀ” ଉତ୍ସବରେ ଯୋଗଦେବା ପାଇଁ ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେବା ସହିତ ପଶ୍ଚିମ ଓଡ଼ିଶାର ଲୋକକଳା ଓ ପରମ୍ପରାକୁ ଆଧାରିତ କରି “ରଙ୍ଗବତୀ” ଉତ୍ସବର ଆୟୋଜନହେବାଏକସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ବୁଦ୍ଧିଜୀବୀ ଓକଳାକାରମାନେମତପ୍ରକାଶ କରିଛନ୍ତି।


