ମ୍ୟାଟ୍ରିକ୍ ପରୀକ୍ଷା ଫଳ : ଛାତ୍ରୀ ପୁନମ୍ ବୁଗୁଡା ବ୍ଲକ୍ ଟପ୍ପର

ବୁଗୁଡ଼ା (ଅନୀଲ କୁମାର ମହାରଣା) : ମ୍ୟାଟ୍ରିକ୍ ପରୀକ୍ଷା ଫଳକୁ ନେଇ ବୁଗୁଡ଼ା ବ୍ଲକର ଛାତ୍ରଛାତ୍ରୀ ଉତ୍ସାହିତ ଥିବା ଜଣାପଡ଼ିଛି । ଏଥର ବୁଗୁଡ଼ା ବ୍ଲକ ଅନ୍ତର୍ଗତ ୨୭ଟି ହାଇସ୍କୁଲ ମଧ୍ୟରୁ ୩ଟି ହାଇସ୍କୁଲର ୭ ଜଣ ଛାତ୍ରଛାତ୍ରୀ ଏ-୧ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ବୁଗୁଡା ବ୍ଲକର ବିରଞ୍ଚିପୁର ଗ୍ରାମର ଶ୍ରୀ ରାଧାକୃଷ୍ଣ ହାଇ ସ୍କୁଲର ଛାତ୍ରୀ ପୁନମ୍ ପ୍ରଧାନ ସର୍ବାଧିକ ୫୬୫ ମାର୍କ ରଖି ବୁଗୁଡ଼ା ବ୍ଲକ ଟପ୍ପର ହୋଇଥିବା ବେଳେ ସେହି ସ୍କୁଲର ଛାତ୍ର ଟି.କିର୍ତ୍ତୀମାନ ପାତ୍ର ୫୬୧ ମାର୍କ, ଛାତ୍ରୀ ଯୁଗରୂପା ଯୁଗାନ୍ତିକା ସାହୁ ୫୪୯ ମାର୍କ ଓ ଛାତ୍ରୀ ଶୁଭସ୍ମିତା ଗୌଡ ୫୪୦ ମାର୍କ ଏବଂ ସୋରଡ ହାଇସ୍କୁଲର ଛାତ୍ରୀ ଇ.ଶୁଭଶ୍ରୀ ରାଓ ୫୫୬ ମାର୍କ, ମାଣିତରା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ସୋନାଲି ସାହୁ ୫୫୪ ମାର୍କ ଓ ସେହି ସ୍କୁଲର ପି.ଶ୍ରଦ୍ଧାଶ୍ରୀ ପାତ୍ର ୫୪୨ ମାର୍କ ହାସଲ ପୂର୍ବକ ଏ-୧ରେ ଉତ୍ତୀର୍ଣ ହୋଇ ନିଜ ବିଦ୍ୟାଳୟ ସହ ଅଞ୍ଚଳ ପାଇଁ ଗୌରବ ଅର୍ଜନ କରିଛନ୍ତି ।  ତେବେ ଛାତ୍ରୀ ପୁନମ୍ ପ୍ରଧାନ ସର୍ବାଧିକ ୯୪.୧୬ ପ୍ରତିଶତ ନମ୍ବର ରଖି ବୁଗୁଡ଼ା ବ୍ଲକ ଟପ୍ପର ହୋଇଥିବାରୁ ସେ ବିଭିନ୍ନ ମହଲରେ ପ୍ରଶଂସିତ ହୋଇଛନ୍ତି । ମଇ ୩ ତାରିଖ ଦିନ ମାଣିତରା ହାଇ ସ୍କୁଲରେ ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ବିଇଓ ଚିନ୍ମୟ ମହାପାତ୍ର ଓ ସିଆରସିସି ଶଶିକାନ୍ତ ପାତ୍ର ଯୋଗଦେଇ ଏ-୧ ଗ୍ରେଡରେ ପାସ କରିଥିବା ଛାତ୍ରୀ ଦ୍ବୟ ସୋନାଲି ଓ ଶ୍ରଦ୍ଧାଶ୍ରୀ ଙ୍କୁ ପୁଷ୍ପଗୁଚ୍ଛ ଓ ସିଲଡ଼ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଚଳିତ ବର୍ଷ ବୁଗୁଡ଼ା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯାଳୟ ଅଧିନସ୍ଥ ୧୦ଟି କେନ୍ଦ୍ରରେ ମୋଟ ୧୭୪୩ ଜଣ ଛାତ୍ରଛାତ୍ରୀ ଦଶମ ବୋର୍ଡ ପରୀକ୍ଷା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ