କୃତ୍ରିମ ବୁଦ୍ଧିମତାର ସଠିକ ଉପଯୋଗ ନେଇ ତାଲିମ ଓ ଆଲୋଚନାଚକ୍ର
ଛତ୍ରପୁର (ଓ୍ବାଇଏନଏସ) : ସୋମବାର ଦିନ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ “ଶୈକ୍ଷିକ ଅଭିବୃଦ୍ଧି ନିମନ୍ତେ କୃତ୍ରିମ ବୁଦ୍ଧିମତାର ବ୍ୟବହାର” ଶୀର୍ଷକ ଏକ ତାଲିମ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଯାଇଛି। ଓକେସିଏଲର ଗଞ୍ଜାମ ଜିଲ୍ଲା ମୂଖ୍ଯ ଏସ ରେଖା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଅଜୟ ତ୍ରିପାଠୀ ଉଦଘାଟକ ଭାବେ ଯୋଗଦେଇ ଥିବା ବେଳେ ଓକେସିଏଲର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ମନୋରଞ୍ଜନ ପୁଥଳ ମୂଖ୍ଯ ଅତିଥି ଭାବେ, ବରିଷ୍ଠ ପରିଚାଳକ ସୁଶାନ୍ତ ଜେ ଦାଶ, ଆଞ୍ଚଳିକ ପରିଚାଳିକା ଇପସିତା ମିଶ୍ର, ମହାବିଦ୍ୟାଳୟର ଗଣିତ ବିଭାଗର ଅଧ୍ୟାପକ ଡକ୍ଟର ଅଜିତ ସେଠୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଆଧୁନିକ ସମାଜରେ ଅତ୍ୟାଧୁନିକ ଶୈକ୍ଷିକ ପ୍ରଣାଳୀରେ ମନୁଷ୍ଯର ସୃଜନଶିଳତା ଯେପରି ନଷ୍ଟ ହୋଇ ନ ଯାଏ ସେଥିପ୍ରତି ଯତ୍ନଶୀଳ ହେବାକୁ ଉଦଘାଟକ ଡକ୍ଟର ଅଜୟ ତ୍ରିପାଠୀ ଚେତାଇ ଦେଇଥିବା ବେଳେ କୃତ୍ରିମ ବୁଦ୍ଧିମତାର ବିଭିନ୍ନ ସାଧନର ସଠିକ ବ୍ୟବହାର ଦ୍ବାରା ସମସ୍ତ କ୍ଷେତ୍ରରେ ରୋଜଗାର ବହୁଗୁଣିତ ହେବ ବୋଲି ଓକେସିଏଲର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ପୁଥଳ କହିଥିଲେ। ମହାରାଷ୍ଟ୍ର ନଲେଜ କର୍ପୋରେସନରୁ ଆସିଥିବା ସାଧନ କର୍ମୀ ସୌମ୍ଯ ପାଣି ଦୈନନ୍ଦିନ ଜୀବନରେ କୃତ୍ରିମ ବୁଦ୍ଧିମତାର ବିଭିନ୍ନ ବ୍ୟବହାର ଉପରେ ଆଲୋକପାତ କରିଥିଲେ। ଓକେସିଏଲର ଗଜପତି ଜିଲ୍ଲାର ମୁଖ୍ଯ ଶ୍ରୀକାନ୍ତ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ସମସ୍ତ ଓକେସିଏଲର ଶିକ୍ଷାକେନ୍ଦ୍ର ମାନଙ୍କ ନିର୍ଦ୍ଦେଶକ ଓ ଶିକ୍ଷାବିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ।