ମହିଳାଙ୍କ ବେକରୁ ସୁନାଚେନ୍ ଝାମ୍ପିନେଲା ଲୁଟେରା

 ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାରେ କିଛିଦିନ ବ୍ୟବଧାନ ପରେ ପୁଣି ଥରେ ଦିନ ଦିପହରରେ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଲେ ଲୁଟେରା. ଜାତୀୟ ରାଜପଥ ଅନ୍ତର୍ଗତ ପାଟିକୋଟା-ସାତମାଇଲ ରାସ୍ତାରେ ବାଇକରେ ଯାଉଥିବା ଦମ୍ପତିଙ୍କ ତିନି ତୋଳା ଓଜନର ସୁନା ଅଳଙ୍କାରକୁ ଜଣେ ଲୁଟେରା ଝାମ୍ପି ନେଇଛି I ଲୁଟର ଶିକାର ହୋଇଥିବା ଦମ୍ପତି ହେଉଛନ୍ତି ଗୋଷାଣି ବ୍ଲକ ଏମ୍ଏସ୍‌ପୁର ପଞ୍ଚାୟତ ଅନ୍ତର୍ଗତ ଏମ୍ ଏନ୍‌ପେଟା ଗ୍ରାମର ପି.ପାର୍ବତୀ. ପି.ପାର୍ବତୀ ସ୍ବାମୀଙ୍କ ସହ ବାଇକ୍‌ରେ ପାରଳାଖେମୁଣ୍ଡି ସହରରୁ ନିଜ ଗ୍ରାମକୁ ମଧ୍ୟାହ୍ନରେ ଫେରୁଥିଲେ। ସେହି ସମଯରେ ଦୁର୍ବୃତ୍ତ ଜଣକ ବାଇକରେ ସେମାନଙ୍କ ପିଛା କରି ପାଟିକୋଟା-ସାତମାଇଲ ରାସ୍ତା ମଧ୍ୟରେ ପାର୍ବତୀଙ୍କ ବେକରୁ ସୁନାହାରକୁ ଝାମ୍ପିନେଇ ଅତି ଜୋର ବେଗରେ ମଟର ସାଇକେଲରେ ଅନ୍ତର୍ଧନ ହୋଇଥିଲା. ଘଟଣା ନେଇ ପି ପାର୍ବତୀ ଓ ତାଙ୍କ ସ୍ବାମୀ ଗୁରାଣ୍ଡି ଥାନାରେ ଅଭିଯୋଗ କରିଥିଲେ | ଗୁରାଣ୍ଡି ଥାନା ଅଧିକାରୀ ଓମ୍ ନାରାୟଣ ପାତ୍ର ଅଭିଯୋଗ ଗ୍ରହଣ କରିବା ପରେ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ