ଶ୍ରୀ ରାମତାରକ ବିଶ୍ଵଶାନ୍ତି ମହାଯଜ୍ଞ

ଦିଗପହଣ୍ଡି(ଅଳକ ନାଥ ମିଶ୍ର)  ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମ ସ୍ଥିତ ଶ୍ରୀ ମଲ୍ଲିକେଶ୍ୱର ଶୈବ ପୀଠ ରେ ବୈଶାଖ ଶୁକ୍ଳ ନବମୀ ତିଥି ମଙ୍ଗଳବାର ଠାରୁ ଶ୍ରୀରାମତାରକ ବିଶ୍ଵଶାନ୍ତି ମହାଯଜ୍ଞ ଓ ଶ୍ରୀ ମହାବୀର ହନୁମାନ ଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଶୁଭାରମ୍ଭ ହୋଇଛି।  ଶତାଧିକ ମାନସିକଧାରୀ ଶ୍ରଦ୍ଧାଳୁ ନିକଟସ୍ଥ ପବିତ୍ର ରାମନଦୀ ପଠା ରେ ଦୀକ୍ଷା ଗ୍ରହଣ କରିବା ପରେ ଗଙ୍ଗା ଆବାହନ କରାଯାଇଥିଲା।ସେଠାରୁ ଶ୍ରଦ୍ଧାଳୁ ବୃନ୍ଦ ଜଳକଳସ ନେଇ ଶୋଭାଯାତ୍ରା ରେ ମହାଯଜ୍ଞ ସ୍ଥଳ ଯଜ୍ଞ ଶାଳା ନିକଟରେ ପହଞ୍ଚିଥିଲେ। ସେଠାରେ ପଣ୍ଡିତ ଭବାନୀ ଶଙ୍କର ତ୍ରିପାଠୀ ଏବଂ ଅନ୍ୟ ଯାଜ୍ଞିକ ପୁରୋହିତ ବୃନ୍ଦ ଅଙ୍କୁରାରୋପଣ କରିବା ପରେ ନାମଯଜ୍ଞ ଆରମ୍ଭ କରାଯାଇଥିଲା। ଏହି ମହାଯଜ୍ଞ ଦୀର୍ଘ ଏକ ସପ୍ତାହ ବ୍ୟାପି ଅନୁଷ୍ଠିତ ହେବା ପରେ ବୈଶାଖ ପୂର୍ଣ୍ଣମୀ ତିଥି ଆସନ୍ତା ସୋମବାର ପୂର୍ଣ୍ଣାହୁତି ହେବ ବୋଲି ଜଣାପଡିଛି । ମହାଯଜ୍ଞ କର୍ତ୍ତା ଭାବେ ତଲାସିଙ୍ଗି ଗ୍ରାମର ସିମାଞ୍ଚଳ ପାଣିଗ୍ରାହୀ ସସ୍ତ୍ରିକ ଯଜ୍ଞମଣ୍ଡପ ରେ ପୂଜାର୍ଚ୍ଚନା କରିଥିଲେ।ପ୍ରତିଦିନ ମହାଯଜ୍ଞ ପରିଚାଳନା କମିଟି ପକ୍ଷରୁ ନାମଯଜ୍ଞ,ଘୃତ ଯଜ୍ଞ ଏବଂ ଅନ୍ନଯଜ୍ଞ ଅନୁଷ୍ଠିତ ହେବ।ଶ୍ରଦ୍ଧାଳୁ ଙ୍କ  ମନୋରଞ୍ଜନ ସକାଶେ ମୀନାବଜାର ,ରାମଦୋଳି ପ୍ରଭୃତି ରେ ଭିଡ଼ ପରିଲକ୍ଷିତ ହୋଇଛି। ସ୍ଥାନୀୟ ସରପଞ୍ଚ ମିନତୀ କୁମାରୀ ଜାନି,ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ପ୍ରସାଦ ପାଠୀ, ବିଭୂତି ଭୂଷଣ ମହାପାତ୍ର, ପିତାମ୍ବର ଗୌଡ଼, ରବିଚନ୍ଦ୍ର ଗୌଡ଼ ଙ୍କ ସମେତ ମହାଯଜ୍ଞ ପରିଚାଳନା କମିଟି ର ସମସ୍ତ କାର୍ଯ୍ୟକର୍ତ୍ତା, ସଭ୍ୟ ଏବଂ ଆଖପାଖ ର ବହୁ ସଂଖ୍ୟକ ଗ୍ରାମବାସୀ  ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ