ରାମାୟଣ ପରାୟଣ ଉଦଯାପିତ
କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତସରାଦ ବେଲଦା ଗ୍ରାମର ଶ୍ରୀରାମ ମଣ୍ତପରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଭାଗବତ ପ୍ରଚାର ପ୍ରସାର ସମିତି ର ଉପଦେଷ୍ଟା ଆକୁଳି ଚରଣ ଚକ୍ର ଙ୍କ ପ୍ରଚେଷ୍ଟାରେ ହୋଇ ଆସୁଥିବା ୨୩ତମ ଶ୍ରୀରାମ ନବମୀ ଠାରୁ ସୀତା ନବମୀ ପର୍ଯ୍ୟନ୍ତ ରାମାୟଣ ପରାୟଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଛି।ପୂଜକ ପିତାମ୍ବର ପାଣିଗ୍ରାହୀ ପୂଜାର୍ଚ୍ଚନା କରିଥିଲେ।କର୍ତ୍ତା ଭେବେ ଶ୍ରୀ ବିଷ୍ଣୁମୋହନ ଦାସ ଓ ପତ୍ନୀ ଯୋଶଦା ଦାସ ସଂଙ୍କଳ୍ପରେ ବସିଥିଲେ।ଗ୍ରାମର ଯୁଧିଷ୍ଠିର ମହାରଣା,ତପନ କୁମାର ପଣ୍ତା,ଗଦାଧର ପରିଡା,ସୁନିଲ ରାଉତ,କାନ୍ତ ନାଏକ ସମେତ ଛାତ୍ର ଚିକୁ ଦାସ ଦୀର୍ଘ ଏକ ମାସ ଧରି ରାମୟଣ ପାଠ କରିଥିଲେ।ଏହାସହ ଗ୍ରାମବାସୀ ଙ୍କ ମିଳିତ ଉଦ୍ୟମରେ ତିନିଦିନ ବ୍ୟାପି ଗାୟୀକା ସଂଞ୍ଜିବନୀ ସୁଦ୍ଧା ଗିରି ଙ୍କ ପାଲାଦଳ ଦ୍ବାରା ସଂନ୍ଧ୍ୟା ପାଲା ପରିବେଷଣ କରାଯାଇଥିଲା।ଉଦଯାପନୀ ସଂନ୍ଧ୍ୟାରେ ସଦର ବ୍ଲକ ଭାଗବତ ପ୍ରଚାର ପ୍ରସାର ସମିତି ର ସଭାପତି ଶ୍ରୀ ପ୍ରସନ୍ନ କୁମାର ଦାସ ଓ ପାଲାଗବେଷକ ଶ୍ରୀବତ୍ସ ନାହାକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉତ୍ସାହିତ କରିଥିଲେ।ଜିଲ୍ଲାର ଏକ ଆଧ୍ୟାତ୍ମିକ ପୁରାଣ ଚର୍ଚ୍ଚା ଗ୍ରାମରେ ପରିଗଣିତ ହୋଇଛି ବୋଲି ଶ୍ରୀ ଦାସ ମତପ୍ରକାଶ କରିଛନ୍ତି।


