ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ; * ଜଣେ ମୃତ, ୩ ଗୁରୁତର
ଦିଗପହଣ୍ଡି (ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମର ଏଚ.ବାବୁଲା ଦୋରା ବାଇକ ଦୁର୍ଘଟଣା ରେ ମୃତ୍ୟୁବରଣ କରିଛନ୍ତି।ଗୁରୁବାର ସକାଳେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ତାଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।ଦିଗପହଣ୍ଡି ସହର ଉପକଣ୍ଠ ପେଟ୍ରୋଲ ପମ୍ପ ନିକଟରେ ବୁଧବାର ରାତି ପ୍ରାୟ ୧୦ ଟାରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ।ଦୁର୍ଘଟଣାରେ ଗୋକର୍ଣ୍ଣପୁର ଗ୍ରାମର ଏଚ୍. ବାବୁଲା ଦୋରା, ସୁନୀଲ ବାଡତ୍ଯା , ଶିବ ପାତ୍ର , ସିଏଚ୍ . ରିଙ୍କୁ ପାତ୍ର ଗୁରୁତର ଆହତ ହୋଇଥିଲେ । ସମସ୍ତ ଆହାତ ମାନଙ୍କୁ ଦିଗପହଣ୍ଡି ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା।ସେଠାରେ ବାବୁଲା ଙ୍କୁ ଡାକ୍ତର ମୃତ ଘୋଷଣା କରିବା ସହ ପୁଲିସ କୁ ଖବର ଦେଇଥିଲେ।ଅନ୍ୟ ଆହାତ ମାନଙ୍କୁ ପ୍ରାଥମିକ ଚିକିତ୍ସା କରାଯିବା ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଥିଲା। ରାତି ପ୍ରାୟ ୧୦ ଟାରେ ବାବୁଲା ଏବଂ ସୁନୀଲ ଏକ ବାଇକ୍ ନଂ. ( ଓଡି୦୭ ଏକ୍ସ ୧୫୭୨) ଯୋଗେ ଦିଗପହଣ୍ଡିରୁ କାମସାରି ଗ୍ରାମକୁ ଫେରୁଥିବା ବେଳେ ଶିବ ଏବଂ ରିଙ୍କୁ ଅନ୍ଯ ଏକ ବାଇକ ନଂ. ( ଓଡି୦୭ ଏ ଏଫ୍ ୯୦୫୨) ଯୋଗେ ଦିଗପହଣ୍ଡି ଅଭିମୁଖେ ଯାଉଥିବା ସମୟରେ ଉଭୟ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ପୁଲିସ ଦୁର୍ଘଟଣାଗ୍ରସ୍ତ ଦୁଇଟି ବାଇକ କୁ ଜବତ କରିଥିଲେ।ବାବୁଲା ଙ୍କ ବାପା ଏଚ.କାଶୀନାଥ ରେଡ୍ଡୀ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୧୬୫/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରିବା ସହ ସ୍ୱାସ୍ଥ୍ୟକେନ୍ଦ୍ର ରୁ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ପଠାଇଥିଲେ।ଅପରାହ୍ନ ରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ବାବୁଲା ଙ୍କ ଅନ୍ତିମ ସଂସ୍କାର କରାଯାଇଛି।