ଅନ୍ତୋଦୟ ଗୃହ ଯୋଜନା, ହିତାଧିକାରୀଙ୍କୁ ଅଦ୍ୟାବଧି ମିଳିଲାନି ପ୍ରଥମ କିସ୍ତି
ହାଟଡିହି (ବିକାଶ ବିଶ୍ବାଳ) : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡ଼ିଥିବା ହିତାଧୁକାରୀଙ୍କ ପାଇଁ ରାଜ୍ୟ ସରକାର ଅନ୍ତୋଦୟ ଗୃହ ଯୋଜନା ଶୁଭାରମ୍ଭ କରିଛନ୍ତି । ଯୋଜନା ଆରମ୍ଭ ହେବାର ଏକମାସ ବିଡି ଯାଇଥିଲେ ମଧ୍ୟ ହିତାଧୁକାରୀଙ୍କୁ ଏଯାଏଁ ପ୍ରଥମ କିସ୍ତିର ଅନୁଦାନ ମିଳିପାରିନାହିଁ । ଏପରିକି ଅନେକ ହିତାଧିକାରୀଙ୍କୁ ଅଦ୍ୟାବଧି କାର୍ଯ୍ୟାଦେଶ ମଧ୍ୟ ପ୍ରଦାନ କରାଯାଇ ନଥିବା ଅଭିଯୋଗ ହୋଇଛି । ଆଉ କିଛି ଦିନ ପରେ ବର୍ଷାଦିନ ଆରମ୍ଭ ହେବାକୁ ଯାଉଥିବାରୁ ଗରିବଙ୍କ ଆବାସ ଗୃହ ନିର୍ମାଣ ସ୍ୱପ୍ନ ଧିରେ ଧିରେ ମଉଳି ଯାଉଛି । ଏପ୍ରିଲ ୩୦ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଆବାସରୁ ବଞ୍ଚିତ ହୋଇଥିବା ବିଧବା, ଦିବ୍ୟାଙ୍ଗ, ରୋଗରେ ପୀଡିତ ବ୍ୟକ୍ତି, ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ଏହି ଯୋଜନାରେ ଗୃହ ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଳନାର ଶୁଭାରମ୍ଭ କରିଥିବା ବେଳେ ସମସ୍ତ ବ୍ଲକରେ ସ୍ୱତନ୍ତ୍ର ସଭା କରାଯାଇ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ହାଟଡିହି ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ୬୩ଜଣଙ୍କୁ ଏହି ଯୋଜନାରେ ସାମିଲ କରାଯାଇଥିଲା। ଘର ପାଇଲେ ବୋଲି ଖୁସିରେ ଆତ୍ମହରା ହେଇଥିଲେ ହିତାଧୀକାରୀ। ଇତି ମଧ୍ୟରେ ଏକମାସ ବିତିଯାଇଥିଲେ ମଧ୍ୟ ହିତାଧିକାରୀଙ୍କୁ ଅଦ୍ୟାବଧୂ ପ୍ରଥମ କିଛି ମିଳିନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଏ ସମ୍ପର୍କରେ ବ୍ଲକ ପ୍ରୋଗ୍ରାମ ସଂଯୋଜକ ଆଲୋକ ନାୟକ ଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଯେଉଁ ମାନଙ୍କୁ କର୍ଯ୍ୟଦେଶ ଦିଆ ଯାଇଛି ସେମାନଙ୍କ କାଗଜ ପତ୍ର ପ୍ରସ୍ତୁତ ସରିଛି, କେବଳ ଅନୁଦାନ ଆସିଲେ ସେମାନଙ୍କୁ ପ୍ରଥମ କିସ୍ତି ଯୋଗାଇ ଦିଆଯିବ ବୋଲି କହିଛନ୍ତି। ଅନେକ ଲୋକ ଏହି ଯୋଜନାରେ ଘର ପାଇବା ପାଇଁ ଆବେଦନ କରିଛନ୍ତି, ସେମାନଙ୍କ ତଥ୍ୟ ଅନୁଧ୍ୟାନ କରାଯାଉଛି, ସେମାନଙ୍କୁ ମଧ୍ଯ ଘର ଯୋଗାଇ ଦିଆଯିବ ବୋଲି କହିଛନ୍ତି।


