ଓଡାସିଙ୍ଗି ଠାକୁରାଣୀ ଯାତ୍ରା ନାଟକ ଉଦଘାଟନ କଲେ ତହସିଲଦାର

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ  ଓଡାସିଙ୍ଗି ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ରମାଦେବୀ ବୁଢ଼ୀ ଠାକୁରାଣୀ ଙ୍କ ଯାତ୍ରା ମହୋତ୍ସବ ଶୁକ୍ରବାର  ୬ଷ୍ଠ ଦିବସରେ ପହଞ୍ଚିଛି ।ଗୁରୁବାର ସନ୍ଧ୍ୟାରେ କୁକୁଡାଖଣ୍ଡି ଓ ଲେଙ୍କାଖାଳି ଗ୍ରାମ ର ପୌରାଣିକ ରାମାୟଣ ନାଟକ ପରିବେଷଣ ହୋଇଥିଲା । ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ , ଅତିରିକ୍ତ ତହସିଲଦାର ଆଶିଷ କୁମାର ନାୟକ ଅସ୍ଥାୟୀ ଯାତ୍ରା ପୀଠ ରେ ପହଞ୍ଚି ମା’ ଙ୍କ ଦର୍ଶନ କରିବା ସହ ନାଟକ ଉଦଘାଟନ କରିଥିଲେ । ଦୀର୍ଘ ୧୨ ବର୍ଷ ପରେ  ଗ୍ରାମରେ ଠାକୁରାଣୀ ଯାତ୍ରା ହେଉଥିବାରୁ ସମଗ୍ର ଗାଁ ଉତ୍ସବ ମୁଖର ହୋଇଉଠିଛି।କର୍ମ ସଂସ୍ଥାନ ପାଇଁ ଦୂର ଦୂରାନ୍ତରେ ରହୁଥିବା ଗ୍ରାମବାସୀ ସପରିବାର ସହ ଗ୍ରାମରେ ପହଞ୍ଚିଛନ୍ତି।ଘରେ ଘରେ ପିଠାପଣା ର ଆୟୋଜନ ଚାଲିଛି।ଯାତ୍ରା ଦେଖିବାକୁ ନିମନ୍ତ୍ରଣ ରକ୍ଷାକରି ପ୍ରତ୍ୟେକ ଘରେ ନିକଟ ସମ୍ପର୍କୀୟ ବନ୍ଧୁ ବାନ୍ଧବ ପହଞ୍ଚିଛନ୍ତି। ପ୍ରତ୍ୟେକ ଦିନ ସନ୍ଧ୍ଯାରେ ମା’ ଙ୍କ ଘଟ ପରିକ୍ରମା ବେଳେ ଶ୍ରଦ୍ଧାଳୁଙ୍କ  ଭିଡ଼ ପରିଲକ୍ଷିତ ହେଉଛି। ଜଣାପଡିଛି । ଗ୍ରାମର ବିଭିନ୍ନ ସାହି ରେ ନିର୍ମାଣ ହୋଇଥିବା ପୈାରାଣିକ ଓ ସାମାଜିକ କଳାକୁଞ୍ଜ ଦେଖିବା ସହ ମୀନା ବଜାର ଓ ରାମ ଦୋଳିର ମଜା ନେବାକୁ ବିଳମ୍ବିତ ସନ୍ଧ୍ୟା ଯାଏଁ ଆଖପାଖ ଗ୍ରାମରୁ ଆସୁଥିବା ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି । ଯାତ୍ରା ପରିଚାଳନା କମିଟି ସଭାପତି ବାଲଗୋପାଳ ସାହୁ , ଉପସଭାପତି ପି . ରାମେଶ୍ଵର ପାତ୍ର , ସମ୍ପାଦକ ଜି . କ୍ଷେତ୍ର ମୋହନ ରେଡ୍ଡୀ , ସହ ସମ୍ପାଦକ ଅଜୟ ରେଡ୍ଡୀ , କୋଷାଧ୍ୟକ୍ଷ ଶଙ୍କର ସେଠୀ , ଯାତ୍ରା କମିଟି ସଦସ୍ୟ ବୃନ୍ଦ ଓ ଗ୍ରାମବାସୀ ଯାତ୍ରା ପରିଚାଳନାରେ ସହଯୋଗ କରୁଥିବା ଜଣାପଡିଛି ।ରବିବାର ବିଳମ୍ବିତ ରାତିରେ ଯାତ୍ରା ମହୋତ୍ସବ ଉଦଯାପିତ ହେବ ବୋଲି ଯାତ୍ରା କମିଟି ପକ୍ଷରୁ କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ