ନିୟମଗିରି ପାହାଡିଆ ଅଞ୍ଚଳରେ ମରଣ ଜନ୍ତା ପାଲଟିଛି ରାସ୍ତା ମରାମତି ନାମରେ ଚଳୁ
କଲ୍ୟାଣସିଂହପୁର,(ଏଙ୍କେଟେଶ୍ୱର ପାଢ଼ୀ): ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାହାଡ଼ ଦୁଇ ପଞ୍ଚାୟତକୁ ସଂଯୋଗ କରୁଥିବା ଆରଡ଼ି ରାସ୍ତା ମରଣ ଜନ୍ତା ପାଲଟି ଥିବାରୁ ଦୁର୍ଘଟଣାର ଏଣ୍ଟ୍ରି ପଏଣ୍ଟ ପାଲଟିଛି। କଲ୍ୟାଣସିଂହପୁର ବଡ଼ଦ୍ୱାର ସାହି ଠାରୁ ସାନ ଡେଙ୍ଗଲେଲି, ଢ଼େପଗୁଡା ଛକଠାରୁ ବୁଡୁଣୀ ଛକ ଓ ଚାଟିକଣା ଛକ ଠାରୁ ବଡ଼ ଡେଙ୍ଗଲେଲି ଛକ ପୁଣି ବଡ଼ ଡେଙ୍ଗଲେଲି ଠାରୁ ଲାକ ପଦର, ଲକପଦର ଛକ ଠାରୁ ବାଙ୍ଗପାଡ଼ୁ ଅଞ୍ଚଳକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଏବେ ପାଲଟିଛି ଦୁର୍ଘଟଣାର ପଏଣ୍ଟ ପାଲଟିଛି । ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ମାଟି ପ୍ରବଳ ବର୍ଷା ଯୋଗୁଁ ଧୋଇଯିବା ସହ ବିଭିନ୍ନ ସ୍ଥାନରେ ବିରାଟକାୟ ଗାତ ଗୁଡାକ ସୃଷ୍ଟି ହୋଇଛି।ରାସ୍ତା ନିମ୍ନମାନର ହୋଇ ଥିବାରୁ ଅଧିକାଂଶ ସ୍ଥାନରେ ପିଚୁ ଉଠି ଗର୍ଭ ସୃଷ୍ଟି ହୋଇଛି। ଆଉ କେତେକ ସ୍ଥାନରେ ରାସ୍ତା ପାର୍ଶ୍ବରୁ ମାଟି ଓ ପଥର ଖସି ଅଣଓସାରିଆ ହୋଇଯାଇଛି । ବିପଦସଂକୁଳ ଅବସ୍ଥାରେ ଥିବା ଏହି ମୁଖ୍ୟ ରାସ୍ତା ଦେଇ ଦୈନିକ ବହୁ ଯାନ ବାହାନା ଯାତାୟତ କରୁଥିବାରୁ ପଞ୍ଚାୟତର ଲୋକେ ବିପଦଜନକ ଭାବେ ଯାତାୟାତ କରୁଛନ୍ତି । ଏହା ଏକ ଘାଟି ରାସ୍ତା ହୋଇଥିବା ବେଳେ ରାସ୍ତା ଓ ରାସ୍ତାର ଉଭୟ ପାର୍ଶ୍ଵରେ ଖାଲ ସୃଷ୍ଟି ହୋଇଛି| ବିଭାଗ ପକ୍ଷରୁ ରାସ୍ତାର ଉଭୟ ପାର୍ଶ୍ଵରେ ସୃଷ୍ଟି ହୋଇଥିବା ଜଙ୍ଗଲକୁ ସଫା କରାଯାଉନି। ରାସ୍ତା ହେବା ଠାରୁ ଆଜିଯାଏ ରକ୍ଷାଣା ବ୍ୟକ୍ଷଣ କାର୍ଯ୍ୟ ନକରି ମିଥ୍ୟା ବିଲକାରୀ ଠିକାଦାର ଓ ବିଭାଗୀୟ ଅଧିକାରୀମାନେ ଚଳୁ କରିଦେଇ ଥିବାରୁ ରାସ୍ତାର ଅବସ୍ଥା ଲୋକଙ୍କୁ ଭୋଗିବାକୁ ପଡୁଛି ବୋଲି ଡଙ୍ଗରିଆ ମାନେ ଅଭିଯୋଗ କରିଛନ୍ତି।ଏହି ଅଞ୍ଚଳ ଦୁର୍ଗମ ପାହାଡିଆ ଓ ମାଓବାଦୀ ଅଞ୍ଚଳ ହୋଇଥିବାରୁ ରାସ୍ତା ତଦାରଖ କରିବା ପାଇଁ କେହି ଯାଉ ନଥିବାରୁ ରାସ୍ତାର ମାନ ଏପରି ହୋଇଛି। ସରକାର ଓ ପ୍ରଶାସନ ଡଙ୍ଗରିଆ ମାନଙ୍କ ବିକାଶ ପାଇ କୁମ୍ଭୀର କାନ୍ଦୁଥିବା ଏହି ରାସ୍ତାରୁ ଅନୁମାନ କରାଯାଏ। ପ୍ରତି ବର୍ଷ ମରାମତି କଣ ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ସୁରକ୍ଷା ପାଚେରିରେ ରଙ୍ଗ ମଧ୍ୟ ଦିଆଯାଇ ନାହିଁ। ଯାହାକି ଦୁର୍ଘଟଣାର ଏକ ମୁଖ୍ୟ କାରଣ ପାଲଟିଛି। ମରାମତି ନିମନ୍ତେ ବହୁବାର ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରିଥିଲେ ବି କେହି ଶୁଣୁନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । କୌଣସି ଏକ ବଡ଼ ଅଘଟଣ ଘଟିବ ପୂର୍ବରୁ ତୁରନ୍ତ ଏହି ରାସ୍ତାର ମରାମତି କରିବା ପାଇଁ ଅଞ୍ଚଳ ବାସୀଙ୍କ ପକ୍ଷରୁ ଦାବି ହୋଇଛି|


