ସୁନା ଗହଣା ଓ ଟଙ୍କାଚୋରି ଘଟଣା: ଅଭିଯୋଗ ପ୍ରକୋଷ୍ଠରେ ଦାବୀ କଲେ ସରସ୍ୱତୀ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ):  ଘରୁ ସୁନା ଗହଣା ଓ ଟଙ୍କା ଚୋରି ଘଟଣାର ତଦନ୍ତ ପାଇଁ କେନ୍ଦୁଝର ମଣ୍ଡୁଆସ୍ଥିତ ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଠ ରେ ସରସ୍ଵତୀ ସେଠୀ  ଅଭିଯୋଗ କରିଛନ୍ତି।କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ପର୍ଶଳା ଗ୍ରାମର ଭୋଳାନାଥ ସେଠୀ ଓ   ସ୍ତ୍ରୀ ସରସ୍ଵତୀ ସେଠୀ ଝିଅ ବିବାହ ପାଇଁ ଘରେ ରଖିଥିବା ୯ଲକ୍ଷ ଟଙ୍କାର ସୁନା ଗହଣା ଓ ଟଙ୍କା ୨୦୨୪ ମସିହା ମେ ମାସ ‍୧୯ରେ ଚୋରି ହୋଇଛି।ଫଳରେ ଝିଅ ବାହାଘର ବନ୍ଦ ହୋଇ ଯାଇଥିବାବେଳେ ଆର୍ଥିକ ଅନଟନରେ ଏପର୍ଯ୍ୟନ୍ତ ତାଙ୍କର ବିବାହ ହୋଇ ପାରିନାହିଁ।ଏହି ଘଟଣା ନେଇ ଭୋଳାନାଥ ଥାନାରେ ଅଭିଯୋଗ କରିଥିଲେ।୨୦୨୫ ମସିହା ସେ ଅନୁସନ୍ଧାନ କରିବା ପାଇଁ ଯାଇଥିବାବେଳେ ଥାନା ଅଧିକାରିଣୀ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ତଦନ୍ତ ଭୁଲ ହେଲା ଏବେ କ’ଣ କରିବ ବୋଲି ଧମକ ଦେଇଥିବା ଅଭିଯୋଗରେ ଦର୍ଶାଯାଇଛି।ପୂର୍ବରୁ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିଥିଲେ।ମାତ୍ର ଜିଲା ପୋଲିସ ଆରୋକ୍ଷୀ ଏବଂ ଥାନା ଅଧିକାରିଣୀ ଏକ ବର୍ଷ ହେଲାଣି ଏହି ଚୋରି ଘଟଣାର ତଦନ୍ତ କରିବାରେ ଅସମର୍ଥ ହେବା ସହ ଉପେକ୍ଷା କରିଥିବା ଅଭିଯୋଗ ହୋଇଛି।ପୋଲିସ ପ୍ରଶାସନର ସହଯୋଗ ମିଳିନପାରିବା ଯୋଗୁଁ ପରିବାର ଅସନ୍ତୋଷ ପ୍ରକାଶ ପ୍ରକାଶ କରିଛନ୍ତି।ଏନେଇ ଗୁରୁବାର ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଠ ରେ ସରସ୍ଵତୀ ଅଭିଯୋଗ କରି ତଦନ୍ତ କରିବାକୁ ଅଧିକାରୀଙ୍କୁ ନିବେଦନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ