ଶିକ୍ଷକ ବଦଳିକୁ ନେ଼ଇ ସଡଙ୍ଗ ହାଇସ୍କୁଲରେ ବିବାଦ ପ୍ରଧାନ ଶିକ୍ଷକଙ୍କୁ ତାଲା ଠୁକିଲେ ଗ୍ରାମବାସୀ
ହାଟଡିହି(ବିକାଶ ବିଶ୍ବାଳ): ଶିକ୍ଷକ ବଦଳିକୁ ନେ଼ଇ ସଡ଼ଙ୍ଗ ରାମବିକ୍ରମ ସରକାରୀ ହାଇସ୍କୁଲରେ ବିବାଦ ଦେଖା ଦେଇଛି। ପ୍ରଧାନଶିକ୍ଷକ ଆଜି ବିଦ୍ୟାଳୟକୁ ଅଫିସ କାମ କରିବାକୁ ଯାଇଥିବା ବେଳେ ଗ୍ରାମବାସୀ ଓ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ମାନେ ଗେଟରେ ତାଲା ପକାଇ ଦେଇଥିଲେ। ପ୍ରଧାନଶିକ୍ଷକଙ୍କୁ ବିଦ୍ୟାଳୟରେ ପୁରାଇ ଦେଇ ନଥିଲେ। ସେମାନଙ୍କ ଅଭିଯୋଗ ଅନୁଯାଇ ବହୁ ପୁରାତନ ସଡଙ୍ଗ ରାମବିକ୍ରମ ହାଇସ୍କୁଲଟି ଏ ଅଞ୍ଚଳର ଗର୍ବ ଓ ଗୌରବ ବହନ କରିଛି। ଏଠାରେ ୪୦୦ପାଖା ପାଖି ପିଲା ପଢୁଥିବା ବେଳେ ପ୍ରତି ବର୍ଷ ଏହି ବିଦ୍ୟାଳୟଟି ରାଜ୍ଯ ସ୍ଥରରେ କୃତିତ୍ବ ହାସଲ କରେ। ଏଠାରେ ଥିବା ନିଯୁକ୍ତ ଥିବା ବିଜ୍ଞାନ ଶିକ୍ଷକ ରବୀନ୍ଦ୍ର ନାଥଙ୍କ ଗତ ଜାନୁୟାରୀ ମାସରେ ତରୁଆଁ ଦାଧିବାବନ ହାଇସ୍କୁଲକୁ ମ୍ୟୁଚୁଆଲ ବଦଳି ହୋଇଥିଲା । ତାଙ୍କ ବଦଳରେ ସେଠାରେ ଥିବା ଶ୍ରୀକାନ୍ତ ଦାସଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଥିଲା। ମାତ୍ର ଶ୍ରୀକାନ୍ତ ଦାସ ସଡଙ୍ଗରେ ଜଏନ କରିବା ପୂର୍ବରୁ ସଡଙ୍ଗ ସ୍କୁଲର ପ୍ରଧାନଶିକ୍ଷକ ରବୀନ୍ଦ୍ର ନାଥଙ୍କୁ ରିଲିଭ କରିଦେଲେ। କିନ୍ତୁ ପରବର୍ତ୍ତୀ ସମୟରେ ସଡଙ୍ଗ ସ୍କୁଲକୁ ଆସିବାକୁ ଥିବା ଶିକ୍ଷକ ଶ୍ରୀକାନ୍ତ ଦାସ ଆଉ ଆସିଲେନି । ଫଳରେ ଶିକ୍ଷାଦାନରେ ବ୍ୟାଘାତ ସୃଷ୍ଟି ହେଉଛି। ବାରମ୍ବାର ବିଭାଗୀୟ କର୍ତୁପକ୍ଷଙ୍କୁ ଜଣାଇଥିଲେ ବି କୌଣସି ସୁଫଳ ମିଳୁନଥିବା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅଶୋକ ବେହେରା, ଅଭିମନ୍ୟୁ ସା, ବିଭୂତି ଭୂଷଣ ଶାସିନି, ରଶ୍ମିତା ପଢିଆରୀ, ଅଜୟ କୁମାର ବେହେରା, ଜଗନ୍ନାଥ ବାରିକ, ବ୍ରହ୍ମା ପ୍ରସାଦ ବେହେରା, ସନାତନ ଖଣ୍ଡେଇ, ପ୍ରଭୋଦ କୁମାର ଦାସ, ନାରାୟଣ ଦାସ, ବାଇଧର ବେହେରା ପ୍ରମୁଖ ଅଭିଯୋଗ କରିଛନ୍ତି। ପରିଚାଳନା କମିଟି ପକ୍ଷରୁ ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଓସେପା ର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ଯ କିଛି ସୁଫଳ ମିଳିଲା ନାହିଁ ବୋଲି କହିଛନ୍ତି। ଜଣେ ଶିକ୍ଷକ ଆସିନଥିବା ବେଳେ ଏଠାକାର ଶିକ୍ଷକଙ୍କୁ କାହିଁକି ରିଲିଭ୍ କଲେ, ଏହା କଣ ପ୍ରଧାନ ଶିକ୍ଷକଙ୍କ ଦୋଷରୁ ଏପରି ସମସ୍ୟା ସୃଷ୍ଟି ହେଲା ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଶିକ୍ଷକ ନିଯୁକ୍ତି ନ ହେବା ପର୍ଯ୍ୟନ୍ତ ତାଲା ପଡିଲା ବୋଲି ସେମାନେ ଚେତାବନୀ ଦେଇଛନ୍ତି l ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ବୃନ୍ଦାବନ ମଲ୍ଲିକ କହିଛନ୍ତି ଯେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଚିଠି ନଂ ୧୬୦୨୪ ତା ୨୧/୧୨/୨୦୨୪ ନିର୍ଦ୍ଦେଶ ଅନୁଯାୟୀ ଆମ ସ୍କୁଲର ବିଜ୍ଞାନ ଶିକ୍ଷକ ରବୀନ୍ଦ୍ର ନାଥ ଙ୍କୁ ୧୩/୧/୨୦୨୫ରେ ରିଲିଭ କରିଦେଲି। କିନ୍ତୁ ଉକ୍ତ ଶିକ୍ଷକଙ୍କୁ ତରୁଆଁ ହାଇସ୍କୁଲ ରେ ଯଏନ କରାଇ ଦେଲେନି। ତେଣୁ ସେଠାରୁ ଆସିବାକୁ ଥିବା ଶିକ୍ଷକ ଆଉ ଆସିଲେନି। ଜିଲ୍ଳା ଶିକ୍ଷା ଅଧିକାରୀ ରବୀନ୍ଦ୍ର ନାଥ ଙ୍କୁ ଆମ ସ୍କୁଲ କୁ ନେଫରାଇ କୁଣ୍ଡୁଲାଇ ହାଇସ୍କୁଲକୁ ଡେପୁଟେଶନ ରେ ପଠାଇ ଦେଲେ। ମୁଁ ଅନେକ ଥର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜଣାଇଛି, ହେଲେ ଜିଲ୍ଲା ଶିକ୍ଷ୍ୟା ଅଧିକାରୀ ସମୟ ଗଡ଼ାଇ ଚାଲିଛନ୍ତି। ମୋର ଆଉ ମାତ୍ର ଦୁଇଟା ମାସ ଚାକିରୀ ଥିବା ବେଳେ ଏପରି ସମୟରେ ମୁଁ ସ୍କୁଲ କମିଟି ଓ ଗ୍ରାମବାସୀଙ୍କ ପାଖରୁ ନିନ୍ଦିତ ଓ ଅପମାନିତ ହେଉଛି। ଏଥିରେ ମୋର ଦୋଷ କଣ ତାହା ଜିଲ୍ଲା ଶିକ୍ଷା ଅଧିକାରୀ ବୁଝିବା କଥା ବୋଲି କହିଛନ୍ତି।