ବିବାହିତା ମ୍ବାମୀ ଉପରେ ନଜର ପକାଇଲା ବିଧବା ମହିଳା
ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନା ପୋଖରୀ ବନ୍ଧ ପଞ୍ଚାୟତର ମୁତୁନୁଗୁଡା ଗାଁରେ ଘଟିଛି ଏକ ଲୋମଟାଙ୍କୁରା ଘଟଣା । ପଡୋଶୀ ବିଧବା ମହିଳା ବିବାହିତ ପୁରୁଷକୁୁ ନିଜର ଦ୍ୱତୀୟ ପତ୍ନୀ ରୁପେ ପାଇବାକୁ ମନ ବଳାଇଥିଲା କିନ୍ତୁ ଏଥିରେ ବିଫଳ ହେବାରୁ ପ୍ରଥମ ସ୍ତ୍ରୀ କୁ ଅତି ନିର୍ମମ ଭାବେ ପଥରରେ ଛେଚି ହତ୍ୟା କରିଛି ବିଧବା ରାକ୍ଷସୀ ମହିଳା । ସୂଚନା ଅନୁସାରେ ଗତ ୫ ବର୍ଷ ହେଲା ବିବାହ କରି ସୁଖ ଶାନ୍ତିରେ ଦାମ୍ପତ୍ୟ ଜୀବନ କଟାଉଥିଲେ ସୁଖ ଶାନ୍ତିରେ । କିନ୍ତୁ ବିଧବା ମହିଳାଙ୍କ ଆଖି ପଡିଲା ପଡୋଶୀ ଘରର ପୁରୁଷକୁ ତାର ସ୍ତ୍ରୀ ରୁପେ ଗ୍ରହଣ କରିବ କିନ୍ତୁ ୁ ସ୍ତ୍ରୀ ଡୋକରୀ ମାଝି ଏହାକୁ ବିରୋଧ କରିଥିଲେ ।ଏହା ପରେ ବିଧବା ମହିଳା ଜଣକ ଆପଣାଇଥିଲା ଷଡଯନ୍ତ୍ର ସବୁଦିନ ପାଇଁ ବିଧବା ମହିଳା ଜଣକ ରାସ୍ତାରୁ ସଫା କରୁବାକୁ ଚାହିଁଥିଲା । ବୁଧବାର ଦିନସ୍ୱାମୀ ସାବନା କୈାଣସି କାମରେ ରାୟଗଡା ଯାଇଥିଲେ । ଆସିବାରେ ବିଳମ୍ଭ ଘଟିବାରୁ ବିଧବା ମହିଳା ଜଣଙ୍କ ଆପଣାଇଥିଲା ମାଷ୍ଟରପ୍ଲାନ ,ଆଉ ଡେରି ନକରି ପଡୋଶୀ ଘରେ ପଶି ଅତିନିର୍ମମ ଭାବେ ଡୋକରିକୁ ଅତି ନିର୍ମମ ଭାବେ ପଥରରେ ଛେଚି ହତ୍ୟା କରିଥିଲା । ରାୟଗଡାରୁ ସ୍ୱାମୀ ସାବନା ମାଝି ଫେରିବା ପରେ ସ୍ତ୍ରୀ ର ରକ୍ତ ଜୁଡୁବୁଡୁ ଅବସ୍ଥା ଦେଖି ସଙ୍ଗେ ସଙ୍ଗେ ନିକଟସ୍ଥ ପୋଲିସ ଷ୍ଟେସନକୁ ଅଭିଯୋଗ କରିଥିଲେ । ଏହି ଘଟଣା ପରେ ପୋଲିସ ବିଧବା ମହିଳା ଗାଗଲି ମାଝିକୁ ଗିରଫ କରିଛି ପୋଲିସ , ଶବକୁ ଜବତ କରି ମେଡିକାଲକୁ ପୋଷ୍ଟମୋର୍ଟମ ପାଇଁ ପଠାଇବା ସହ ପୋର୍ଷ୍ଟମୋର୍ଟମ ଆସିଲା ପରେ ଗୁରୁବାର ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି ।