ଅପରେସନ୍‍ ସିନ୍ଦୁର’ର ସଫଳତା ଆମର ମା’ମାନଙ୍କ ଓ ଭଉଣୀମାନଙ୍କ ସଂକଳ୍ପର ସଫଳତା

ରାଇରଙ୍ଗପୁର, (ଅକ୍ଷୟ ବିଶ୍ବାଳ):ଝାଣ୍ଡା ଉଚ୍ଚା ରହେ ହମାରା
ଆତଙ୍କବାଦ ବିରୋଧୀ ଅଭିଯାନ, ଅପରେସନ୍‍ ସିନ୍ଦୁର’ର ସଫଳତା ପରେ ରାଇରଙ୍ଗପୁର ଠାରେ ଏକ ତ୍ରିରଙ୍ଗା ବାଇକ୍ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ଅତିରିକ୍ତ ଜିଲ୍ଲାପାଳ ବାସନ୍ତୀ ଲାକ୍ରା, ସହକାରୀ ଜିଲ୍ଲାପାଳ ସୁଧାକର ସେଠୀ,, ସହକାରୀ ଜିଲ୍ଲାପାଳ ଅନିତା ମହାନ୍ତ,ଏସଡିପିଓ ଗୋକୁଳାନନ୍ଦ ସାହୁ, ରାଇରଙ୍ଗପୁର ତହସିଲଦାର ଶ୍ରୀ ବିଶ୍ଵନାଥ ବିଶ୍ବାଳ,ବିଜେପି ରାଜ୍ୟ ସଂପାଦକ ନବୀନ ରାମ ,ଜିଲ୍ଲା ବିଜେପି ସଂପାଦକ ମନୋଜ ଦାସ, ସହକାରୀ ଜିଲ୍ଲାପାଳ ପ୍ରମୁଖ ଯୋଗଦେଇ ଏହି ବାଇକ୍ ଯାତ୍ରାକୁ ପତାକା ଦେଖାଇ ଶୁଭ ଉଦ୍ଘାଟନ କରିଥିଲେ।ଏହି ଯାତ୍ରା ସକାଳ ୮ଟାରେ ସ୍ଥାନୀୟ ମୁର୍ମୁ ଛକଠାରୁ ସହର ପରିକ୍ରମା କରି ରାଇରଙ୍ଗପୁର ସରସ୍ବତୀ ଶିଶୁ ମନ୍ଦିର ପର୍ଯ୍ୟନ୍ତ ହୋଇଥିବା ବେଳେ, ପୋଲିସ ବାହିନୀ, ସୁରକ୍ଷା ବାହିନୀ,ବନ ବିଭାଗ, ଶିକ୍ଷା ବିଭାଗ,ରାଜସ୍ବ ବିଭାଗ , ସହରର ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି, ସାରସ୍ଵତ ସାଧକ,ବଣିକ ସଂଘ,ଶ୍ରମିକ ସଂଘ,ଲୋକପ୍ରତିନିଧି ଏବଂ ସାଧାରଣ ଜନତା ଏହି ରାଲିରେ, ନିଜ ସହିତ ତ୍ରିରଙ୍ଗା ପତାକା ଧରି ବାଇକ ଚଳାଇ ବନ୍ଦେ ମା ତରଂ ଧ୍ଵନି ଦେଇ ସହର ପରିକ୍ରମା କରିଥିଲେ ।

ଏହି ଅବସରରେ ସାଂସଦ ନବ ଚରଣ ମାଝୀ,ବିଧାୟକ ଜଲେନ ନାଏକ ପ୍ରମୁଖ କହିଥିଲେ ଅପରେସନ୍‍ ସିନ୍ଦୁର’ର ସଫଳତା ପରେ ଆଜିର ଏହି ତ୍ରିରଙ୍ଗା ବାଇକ୍ ଯାତ୍ରା ଆତଙ୍କବାଦ ବିରୁଦ୍ଧରେ ଦେଶର ଅଭିଯାନକୁ ଆହୁରି ସଶକ୍ତ କରିବ। ଜାତି, ଧର୍ମ ନିର୍ବିଶେଷରେ ସବୁ ଭାରତୀୟ ତ୍ରିରଙ୍ଗା ତଳେ, ଯେତେବେଳେ ଏକଜୁଟ୍‍ ହେବେ, ସେତେବେଳେ କୌଣସି ଶକ୍ତି ଆମ ବିରୁଦ୍ଧରେ ସଫଳ ହେବେ ନାହିଁ । ତ୍ରିରଙ୍ଗାର ତିନି ରଙ୍ଗ ଆମକୁ ଶ୍ରଦ୍ଧା ଓ ସୌହାର୍ଦ୍ଦ୍ୟର ଆଦର୍ଶରେ ଅନୁପ୍ରାଣୀତ କରିଥାଏ। ଆମ ଜାତୀୟ ପତାକା ଆମର ସଂକଳ୍ପ, ସଂଘର୍ଷ, ବଳିଦାନ ଓ ତ୍ୟାଗର ପ୍ରେରଣାଦାୟୀ ମୁକସାକ୍ଷୀ । ଅପରେସନ୍‍ ସିନ୍ଦୁର’ର ସଫଳତା ଆମର ମା’ମାନଙ୍କ ଓ ଭଉଣୀମାନଙ୍କ ସଂକଳ୍ପର ସଫଳତା। ଆମର ସେନାବାହିନୀର ବୀର ଜବାନମାନେ ସିନ୍ଦୁର’ର ମର୍ଯ୍ୟାଦା ରଖିଛନ୍ତି। ଏହି ତ୍ରିରଙ୍ଗା ଯାତ୍ରା କରି ରାଇରଙ୍ଗପୁର ସହରବାସୀ ଆମ ଦେଶର ବୀର ଜବାନ ମାନଙ୍କୁ ପୁଣି ଥରେ ହୃଦୟରୁ କୋଟି ସମ୍ମାନ ଜଣାଇଥିଲେ ।
ଶତ୍ରୁର ପ୍ରତ୍ୟେକ ଆହ୍ବାନର ଉଚିତ୍‌ ଜବାବ ଦେବା ପାଇଁ ଆମ ସେନାବାହିନୀ ସଂପୂର୍ଣ୍ଣ ପ୍ରସ୍ତୁତ ତେଣୁ ସମସ୍ତ ସୈନ୍ୟବାହିନୀଙ୍କୁ କୋଟି କୋଟି ସଲାମ୍.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ