ଅଧପନ୍ତରିଆ ଅବସ୍ଥାରେ ଗ୍ରାମ୍ୟ ଉନ୍ନୟନ ରାସ୍ତା: ଲୋକେ ଯାତାୟତରେ ଭୋଗୁଛନ୍ତି ଦୁର୍ଦ୍ଦଶା

ବନ୍ତ(ଚାନ୍ଦିନୀ ମହାନ୍ତି) : ବନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନ ମଙ୍ଗୁଲି ଛକ ଠାରୁ ଗଣିଜାଙ୍ଗ ଭାୟା ଗୋପାଳପୁର, ଆମ୍ବଗଢିଆ ୮କିମି ୫ ଶହ ମି. ଦୈର୍ଘ୍ୟ ବିଶିଷ୍ଟ ରାସ୍ତାର ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ଅବସ୍ଥାରେ ପଡି ରହିଛି । ଫଳରେ ସ୍ଥାନୀୟ ଅଞ୍ଚଳର ଲୋକ ମାନେ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ପ୍ରକାଶ ଯେ, ଏହି ରାସ୍ତାଟି ଦୀର୍ଘ ଦିନ ହେବ ଖରାପ ହୋଇପଡିଥିବା ବେଳେ ସରକାରଙ୍କ ତରଫରୁ ରାସ୍ତା ମରାମତି ପାଇଁ ଗତ ଆର୍ଥିକ ବର୍ଷରେ ଅନୁଦାନ ଆସିଥିଲା । ଗତ ୬ ମାସ ମାସ ତଳେ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଜନୈକ ଠିକାଦାର ଦ୍ୱାରା ଆରମ୍ଭ କରାଯାଇଥିଲା । ରାସ୍ତାର ଉଭୟ ପାଶ୍ୱର୍କୁ ଖୋଳା ଯାଇ ସାଇଡ ପେକିଂ କରାଯିବା ସହ ଡଷ୍ଟ୍‌ସ ଫିଲିଂ କରାଯାଇଛି । ତା ପର ଠାରୁ ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି । ଫଳରେ ରାସ୍ତାରେ ଚିପ୍ସ ଉଠିବା ଦ୍ୱାରା ଯାତାୟତରେ ଅସୁବିଧା ସୃଷ୍ଟି ହେଉଛି । ଦୈନନ୍ଦିନ ଏହି ରାସ୍ତା ଉପରେ ୫ଟି ପଞ୍ଚାୟତର ଶହ ଶହ ଲୋକ ଯାତାୟତ କରିଥାନ୍ତି । ହେଲେ ରାସ୍ତା ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ହୋଇଥିବା ଯୋଗୁ ଲୋକ ମାନେ ଅସୁବିଧା ଭୋଗୁଛନ୍ତି । ଅପରପକ୍ଷେ ରାସ୍ତା ପ୍ରଶସ୍ତିକରଣ ପାଇଁ ପ୍ରଶାସନ ପକ୍ଷରୁ ସୀମା ଚିହ୍ନଟ ହୋଇ ପାରିନଥିବାରୁ ନିର୍ମାଣ କାର୍ଯ୍ୟ ଆଗେଇ ପାରୁନାହିଁ ବୋଲି ଠିକାଦାର କହୁଥିବା ଜଣାଯାଇଛି । ଆଗକୁ ବର୍ଷା ଦିନ ଆସୁଥିବାରୁ ତୁରନ୍ତ ସୀମା ଚିହ୍ନଟ କରାଯାଇ ନିର୍ମାଣ କାର୍ଯ୍ୟକୁ ଶେଷ କରିବା ନେଇ ଛୟାଳସିଂହ ପଞ୍ଚାୟତର ସମାଜସେବୀ ପ୍ରଫୁଲ୍ଲ ରାଉତ, ମନୋଜ କୁମାର ଗିରି, ଶ୍ୟାମ ସୁନ୍ଦର ଗିରି, ଜଗନ୍ନାଥ ପରିଡା, ସନ୍ତୋଷ କୁମାର ଗିରି, ବିଶ୍ୱନାଥ ଦାସ, ରଙ୍ଗାଧର ରାଉତ, ନୃସିଂହ ଚରଣ ନାଥ, ସୁବ୍ରତ କୁମାର ରାଉତ, ଅମୂଲ୍ୟ କୁମାର ରାଉତ, ବିଷ୍ଣୁ ମୋହନ ପାତ୍ର, ଚିନ୍ତାମଣି ଘଡେଇ, କୈଳାସ ଚନ୍ଦ୍ର ରାଉତ, ମଦନ ମୋହନ ଗିରି, ବାସୁଦେବ ଜେନା, ଅନନ୍ତ ଦାଶ, ପ୍ରଦୀପ ଘଡେଇଙ୍କ ସମେତ ବହୁ ବ୍ୟକ୍ତି ଭଦ୍ରକ ଜିଲାପାଳ, ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ.ଡି.ଓ, ତହସିଲଦାର ବନ୍ତଙ୍କୁ ମେ ୨୨ରେ ଡାକ ଯୋଗେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ