ବଜ୍ରାଘାତରେ ୨ ବଳଦର ମୃତ

କଲ୍ୟାଣସିଂହପୁର (ଏଙ୍କେଶ୍ୱର ପାଢ଼ୀ) ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତର ନାରାୟଣପୁର ଓ ପଡ଼େଇକାନି ଗ୍ରାମରେ ୨ ବଳଦ ବଜ୍ରାଘାତ ରେ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି। ଆଜି ଅପରାହ୍ନ ରେ କାଳବୈଶାଖୀର ତାଣ୍ଡବରେ ପ୍ରବଳ ଘଡଘଡି ସହ ପବନ ବର୍ଷା ବିଜୁଳି ହୋଇଥିବାରୁ ଗଛ ମୂଳରେ ଥିବା ନାରାୟଣପୁର ଗ୍ରାମର ଗାଙ୍ଗାନା କାଡ୍ରାକା ଙ୍କ ଗୋଟିଏ ବଳଦ ଓ ପଡ଼େଇକାନି ଗ୍ରାମର ରବୀନ୍ଦ୍ର କାଡ୍ରାକା ଙ୍କ  ଗୋଟିଏ  ବଳଦ ର ମୃତ୍ୟୁ ହୋଇଛି  ।ଏହାକୁ ନେଇ ପଶୁଚିକିତ୍ସକ ଓ ରାଜସ୍ୱ ନିରୀକ୍ଷକ ଙ୍କୁ ଜଣାଇ ଥିଲେ । ଏହାର ରିପୋଟ ରାଜସ୍ୱ ଅଧିକାରୀ ବା ତହସିଲଦାର ଙ୍କୁ ରିପୋଟ ଦେବା ପରେ ସରକାରଙ୍କ ଠାରୁ ଯାହା ସହାୟତା ଆସିବ ସେହିମାନଙ୍କୁ ଯୋଗାଇ ଦିଆଯିବ ବୋଲି ପଶୁ ଚିକିତ୍ସକ କହିଛନ୍ତି। ଏହି ବର୍ଷା ସମୟରେ ସୁନାଖଣ୍ଡି ଗ୍ରାମର ଶ୍ୟାମସୁନ୍ଦର ମାର୍ଥାଙ୍କ ନଡ଼ିଆ ଘଛରେ ବିଜୁଳି ପଡିବାରୁ ଗଛ ଜଳିଯିବା ସହ ଘରେଥିବା ଇଲେକ୍ଟ୍ରି ସାମଗ୍ରୀ ସଟ ହୋଇ ନଷ୍ଟ ହୋଇ ଯାଇଛଜି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ