ଅଗ୍ନିକାଣ୍ଡରେ ୯ ବଖରା ଭସ୍ମୀଭୂତ

ବନ୍ତ(ଚାନ୍ଦିନୀ ମହାନ୍ତି) : ବନ୍ତ ତହସିଲ ଅଧିନ ସରମରା ଗ୍ରାମରେ ଶନିବାର ବିଳମ୍ବିତ ରାତ୍ରରେ ଅଗ୍ନିକାଣ୍ଡ ଘଟି ୬ଟି ପରିବାରର ୯ ବଖର ଘର ଜଳି ପୋଡି ପାଉଁଶ ହୋଇଯାଇଛି । ଏଥିରେ ଗୋଟିଏ ସ୍କୁଟି ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ବେଳେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି । ପ୍ରକାଶ ଯେ, ଶନିବାର ରାତ୍ରୀ ପ୍ରାୟ ୧୨ଟା ୧୦ ମି. ବେଳେ ହଠାତ୍ କାଳନ୍ଦି ସାହୁଙ୍କ ଘରେ ପ୍ରଥମେ ନିଆଁ ଲାଗିଥିଲା । ଚାହୁଁ ଚାହୁଁ ଏହି ନିଆଁ ପାଶ୍ୱର୍ବର୍ତ୍ତୀ ଘରକୁ ବ୍ୟାପୀ ଯାଇଥିଲା । ଖବର ପାଇ ଗ୍ରାମବାସୀ ମାନେ ଘଟଣା ସ୍ଥଳରେ ପହଞ୍ôଚ ଗୋରୁ, ଗାଈ ଗୁଡିକୁ ଉଦ୍ଧାର କରିଥିଲେ । ମାତ୍ର ନିଆଁର ପ୍ରକୋପ ଏତେ ଥିଲା ଯେ, ଏହାର ପ୍ରଭାବରେ ହରେକୃଷ୍ଣ ସାହୁ(୪୫), ହୃଷିକେଶ ସାହୁ(୭) ଏବଂ ମାଗୁଣୀ ସାହୁ(୭୦) ଆହତ ହୋଇଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ଏହି ଅଗ୍ନିକାଣ୍ଡରେ କାଳନ୍ଦି ସାହୁଙ୍କର ୨ ବଖରା, ମଧୁସୂଦନ ସାହୁଙ୍କର ୧, ତିଳୋତ୍ତମା ସାହୁଙ୍କର ୨, ହରେକୃଷ୍ଣ ସାହୁଙ୍କର ୧, ଅନାମ ସାହୁଙ୍କର ୧, ସୁଭଦ୍ରା ସାହୁଙ୍କର ୧ ବଖରା ଘର ସହିତ ୧ ବଖରା ଗୁହାଳ ଘର ଜଳି ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ଆଗରପଡା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ôଚ ଗ୍ରାମବାସୀ ମାନଙ୍କ ସହଯୋଗରେ ନିଆଁକୁ୍ ଆୟତ୍ତ କରିଥିଲା । ଏହି ଅଗ୍ନିକାଣ୍ଡରେ ଗୋଟିଏ ସ୍କୁଟି, ନଗଦ ୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା, ସୁନା, ରୂପା, ୫୦କୁଇଁଣ୍ଟାଲରୁ ଉର୍ଦ୍ଧ୍ୱ ଚାଉଳ, ଧାନ ସମେତ ଘରର ବିଭିନ୍ନ ଆସବାବପତ୍ର ଗୁଡିକ ଜଳି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡ ଏଲ.ପି.ଜି ଗ୍ୟାସ ଲିକ୍‌ରୁ ହୋଇଥିବା ଅନୁମାନ କରାଯାଇଛି । ରବିବାର ତହସିଲଦାର ସାରା ହେମ୍ବ୍ରମ ଘଟଣା ସ୍ଥଳରେ ପହଞ୍ôଚ ସ୍ଥିତି ଅନୁଧ୍ୟାନ କରିବା ସହିତ କ୍ଷୟକ୍ଷତି ଆକଳନ କରିଛନ୍ତି । ସେହିପରି ଭାମ୍ୟମାଣ ଚିକିତ୍ସାଧିକାରୀ ପୃଥୀରାଜ ପଣ୍ଡା ଓ ସ୍ୱାସ୍ଥ୍ୟ ବିଭାଗ ଟିମ୍ ପହଞ୍ôଚ ଆହତ ବ୍ୟକ୍ତି ମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଛନ୍ତି । ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ପ୍ରାଣୀଧନ ନୀରିକ୍ଷକ ପ୍ରିୟବ୍ରତ ରାଉତ ଘଟଣା ସ୍ଥଳରେ ପହଞ୍ôଚ ପ୍ରାଣୀ ଚିକିତ୍ସା ଯୋଗାଇ ଦେଇଛନ୍ତି । ଖବର ପାଇ ଶନିବାର ରାତିରେ ପୂର୍ବତନ ସରପଞ୍ଚ କିଶୋର କିଙ୍କର ପଢିଆରୀ ଘଟଣା ସ୍ଥଳରେ ପହଞ୍ôଚ ଥିଲେ । ରବିବାର ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଭଣ୍ଡାରିପୋଖରୀ ବିଧାନସଭା ବିଜେପି ନେତା ସୁଧାଂଶୁ ଶେଖର ନାୟକ, ବଦ୍ରୀ ନାରାୟଣ ଧଳ, ସରପଞ୍ଚ ପ୍ରତିନିଧି ଚିନ୍ମୟ କୁମାର ଦାସ, ଯୁବନେତା ସ୍ମୃତି ରଞ୍ଜନ ସ୍ୱାଇଁ, ସମାଜସେବୀ ରମାକାନ୍ତ ରାଉତଙ୍କ ସମେତ ବହୁ ବ୍ୟକ୍ତି ବିପନ୍ନ ପରିବାରକୁ ଭେଟି ସମବେଦନା ଜଣାଇବା ସହିତ ସେମାନଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ ପାଇଁ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ