ତାଲିମ ଶିବିରକୁ ଆସି ଫେରିଲେ ପ୍ରଶିକ୍ଷାର୍ଥୀ
ବନ୍ତ(ଚାନ୍ଦିନୀ ମହାନ୍ତି) : ଚରମ୍ପା ରେଲୱେ ପଡିଆ ଠାରେ ଭଦ୍ରକ ଜିଲା କିକ୍ରେଟ ସଂଘ ଓ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଓଡିଶା କ୍ରିକେଟ ସଂଘ ତାଲିମଦାତାଙ୍କ ତତ୍ତ୍ୱାବଧାନରେ ଏକ କ୍ରିକେଟ ତାଲିମ ଶିବିର ମେ ୨୫ ଠାରୁ ଆରମ୍ଭ ହୋଇ ଜୁନ୍ ୧ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ଥିଲା । ରବିବାର ସକାଳ ୭ଟାରୁ ପଞ୍ଜୀକରଣ ଆରମ୍ଭ ହେବା ନେଇ ଗତ ୧୮ ତାରିଖରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ସେହିଅନୁଯାୟୀ ଆଜି ସକାଳ ୭ଟାରେ ଜିଲାର ବିଭିନ୍ନ ବ୍ଲକରୁ ଇଚ୍ଛୁକ ଥିବା ୧୨ରୁ ୧୫ ବର୍ଷ ପର୍ଯ୍ୟନ୍ତ ବାଳକ ମାନେ ରେଲୱେ ପଡିଆ ଠାରେ ପହଞ୍ôଚ ଥିଲେ । ମାତ୍ର ସେଠାରେ ପହଞ୍ôଚ ଜାଣିବାକୁ ପାଇଲେ ଯେ, ସମ୍ଭାବ୍ୟ ବାତ୍ୟା ପାଇଁ ଏହି ତାଲିମ ଶିବିରକୁ ବାତିଲ କରାଯାଇଛି । ଫଳରେ ବହୁ ଦୂରଦୂରାନ୍ତରୁ ଆସିଥିବା ପିଲା ମାନେ ନିରାଶ ହେବା ସହ ଅସନ୍ତୋଷ ବ୍ୟକ୍ତ କରି ଫେରି ଯାଇଥିଲେ । ଶିବିର ବାତିଲ ସମ୍ପର୍କରେ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିବାରୁ ବହୁ ପିଲା ଦୂରଦୂରାନ୍ତରୁ ଆସି ଅଯଥାରେ ଖର୍ଚ୍ଚାନ୍ତ ହୋଇ ଫେରିଲେ ବୋଲି ଅଭିଯୋଗ ହୋଇଛି ।