ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ

ପୋଲସରା/ବୁଗୁଡା,(ଅନୀଲ କୁମାର ମହାରଣା) : କ୍ଷମତାରେ ନଥିଲେ ମଧ୍ୟ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ପୋଲସରା ନିର୍ବାଚନ ମଣ୍ଡଳୀର ମୃତକଙ୍କ ପରିବାରକୁ ପୂର୍ବପରି ଭେଟି ସମବେଦନା ଜଣାଇବା ସହ ଜନ ସମ୍ପର୍କ ଜାରି ରଖିଛନ୍ତି। ମଇ ୧୮ ତାରିଖ ଦିନ ପୋଲସରା ବ୍ଲକର ଖଇରଛଟା ଗ୍ରାମର ପ୍ରମୋଦ ଜେନା (୪୫)  ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ମଇ ୧୯ ତାରିଖ ଦିନ ପୋଲସରା ବ୍ଲକ ଜେମାଦେଇପୁର ଶାସନ ଗ୍ରାମର ଗଣେଶ ଡାକୁଆ (୩୫)  ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀ ସାହୁ ମୃତକଙ୍କ ବାସଭବନ କୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସେହିପରି ମଇ ୨୨ ତାରିଖ ଦିନ ବୁଗୁଡ଼ା ବ୍ଲକ ମହୁଲପଲ୍ଲୀ ଗ୍ରାମର କଲ୍ୟାଣୀ ପାତ୍ର (୪୦)  ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନ କୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ପୁଣି ମଇ ୨୩ ତାରିଖ ଦିନ ପୋଲସରା ବ୍ଲକ ଲକ୍ଷ୍ମଣପଲ୍ଲୀ ଗ୍ରାମ ର ପଦ୍ମନାଭ ସାହୁ ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନ କୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ମଇ ୨୪ ତାରିଖ ଦିନ ବୁଗୁଡ଼ା ବ୍ଲକ ଖରିଡା ଗ୍ରାମର ସୁଦର୍ଶନ ନାୟକ (୩୫) ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସେହି ମଇ ୨୪ ତାରିଖ ଦିନ ପୋଲସରା ବ୍ଲକ ଚିରିକିପୋଡ଼ା ଶାସନ ଗ୍ରାମର ସୁରେନ୍ଦ୍ର ସାହୁ (୫୫) ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀ ସାହୁ ମୃତକଙ୍କ ବାସଭବନ କୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ମଇ ୨୫ ତାରିଖ ଦିନ ପୋଲସରା ବ୍ଲକ ମନ୍ଦାର ଗ୍ରାମର ବିଜୟ ନାୟକ ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ସେହି ମଇ ୨୫ ତାରିଖ ଦିନ ପୋଲସରା ବ୍ଲକ ମାଳତୀବାଡି ଗ୍ରାମର ସୁନ୍ଦରୀ ସେଠୀ ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନ କୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଏହି ପ୍ରକାର ଜନସମ୍ପର୍କ କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀମାନେ ଉଚ୍ଚ ପ୍ରଶଂସା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ